୨୫ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଗଜପତି ଜିଲ୍ଲା :- ନୂଆଗଡ ବ୍ଲକର ବେତାରସିଂ ଠାରେ ଅକ୍ଷୟା ତୃତୀୟା ଅବସରରେ ବ୍ଲକ ସ୍ତରୀୟ କୃଷକ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷା ମାଳତୀ ପ୍ରଧାନ ସମ୍ମାନିତ ଅତିଥି ଭାବେ ଆତ୍ମା ଅଧକ୍ଷ ଦାଉଦ ରଇତ, ଆତ୍ମା ଅନୁଷ୍ଠାନର ବିଟିଏମ ଦୀପକ ଗୌତମ, କୃଷି ବିଭାଗର ଅବର୍ଶର ସନାଥନ ଦାସ ସମେତ ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧି ଏବଂ କୃଷକ ସାଥି ମାନେ ଉପସ୍ଥିତ ରହି ଏହି ଦିବସକୁ ବହୁଆଡମ୍ବର୍ ସହ ପାଳନ କରିଥିଲେ ।
ଏହି ପରିପ୍ୟେକ୍ଷୀରେ ସମସ୍ତ ଚାଷୀ ଓ ଅଧିକାରୀ ମାନଙ୍କ ଉପସ୍ଥିତିରେ ଏକ ଯଜ୍ଞର ଆୟୋଜନ ହୋଇଥିଲା ପରବର୍ତ୍ତୀ ସମୟରେ ଭୂମି ପୂଜନ କରି ଏ ବର୍ଷର ଅକ୍ଷିମୁଠି ଅନୁକୂଳ କରିବା ସହ ଅଞ୍ଚଳର ଚାଷୀ ମାନଙ୍କୁ କୃଷି ବିଭାଗ ପକ୍ଷରୁ ଉନ୍ନତ ମାନର ଚାଷ କରି ଅଧିକା ଅମଳ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। କୃଷି ବିଭାଗ ପକ୍ଷରୁ କାର୍ଯ୍ୟକ୍ରମକୁ ପରିଚାଳନା କରାଯାଇଥିବା ବେଳେ କୃଷକ ସାଥୀମାନେ ପରିଚାଳନାରେ ସହଯୋଗ କରିଥିଲେ।














