ଓଡିଶା ତାଜା ନ୍ୟୁଜ୍ (୨୦ ଜୁନ୍ ଶନିବାର ) ଭୁବନେଶ୍ୱର :– ‘ସମ୍ଭବ’ ଏବଂ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ (ମୋନା) ପକ୍ଷରୁ ଚୀନ ଏବଂ ଭାରତ ସୈନିକଙ୍କ ମଧ୍ୟରେ ସଂଘର୍ଷ ଦ୍ୱାରା ସହିଦ ହୋଇଥିବା ୨୦ ଜଣ ଯବାନଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ୍ ଛକ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସମ୍ଭବର କାର୍ଯ୍ୟକାରୀ ମାନେ ସହିଦ ଭାରତୀୟ ଯବାନଙ୍କୁ ମନେ ପକାଇବା ସହ ସେମାନଙ୍କ ବୀରତ୍ୱ ସଦା ସର୍ବଦା ମନେ ରହିବ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସମ୍ଭବ ଏବଂ ମିଳିତ ଓଡିଶା ନିଶା ନିବାରଣ ଅଭିଯାନର ଅନେକ କାର୍ଯ୍ୟକାରୀ ମାନେ ଯୋଗ ଦେଇଥିଲେ ।
ଏହି ଅବସରରେ ନିଜର ଭାବ ବ୍ୟକ୍ତ କରି ମିଳିତ ଓଡିଶା ନିଶା ନିବାରଣ ଅଭିଯାନର ସଭାପତି ଶ୍ରୀ ପଦ୍ମଚରଣ ନାୟକ କହିଛନ୍ତି ଯେ, ଭାରତ ଏବଂ ଚୀନ ସୈନିକଙ୍କ ମଧ୍ୟରେ ଘଟିଥିବା ସଂଘର୍ଷରେ ସହିଦ ହୋଇଥିବା ୨୦ ଜଣ ଯବାନଙ୍କୁ ଦେଶ ସର୍ବଦା ମନେ ରଖିବ । ଏହିଭଳି ଘଟିସନ୍ଧି ମୁହୂର୍ତ୍ତ ଭାରତୀୟ ଏକ ହୋଇ ଚୀନକୁ ଉଚିତ ଜବାବ ଦେବାକୁ ହେବ । ଯବାନମାନେ ଦେଶର ସୁରକ୍ଷା ପାଇଁ ଚୀନ ବିରୋଧରେ ଲଢେଇ କରୁଥିବାବେଳେ ଆମେମାନେ ଦେଶ ମଧ୍ୟରେ ଚୀନ ସାମଗ୍ରୀକୁ ବର୍ଜନ କରି ଏହି ସହିଦ ସୈନ୍ୟମାନଙ୍କୁ ଉଚିତ ଶ୍ରଦ୍ଧାଞ୍ଜଳୀ ଦେଇ ପାରିବା । ଏହା ସହ ସଂପୂର୍ଣ୍ଣ ଭାରତ ସୈନ୍ୟମାନଙ୍କ ସହ ଠିଆ ହୋଇଛି ବୋଲି ସେ କହିଛନ୍ତି ।
ଏହି ଅବସରରେ ସମ୍ଭବର ସଦସ୍ୟମାନେ ଚୀନ ବିରୋଧରେ ସ୍ଲୋଗାନ ଦେବା ସହ ଦେଶରେ ଚୀନ ସାମଗ୍ରୀକୁ ସଂପୂର୍ଣ୍ଣ ବର୍ଜନ କରିବା ସହ ସମସ୍ତ ଚୁକ୍ତିକୁ ରଦ୍ଦ କରିବା ପାଇଁ ନିବେଦନ କରିଛନ୍ତି । ଏହା ସହ ସେ ସହିଦମାନଙ୍କ ମଧ୍ୟରେ ଥିବା ଦୁଇ ଓଡିଆ ବୀର ଯବାନ, ଚନ୍ଦ୍ରକାନ୍ତ ପ୍ରଧାନ ଏବଂ ନନ୍ଦୁରାମ ସୋରେନଙ୍କର ସ୍ମୃତିଚାରଣ କରି ସେମାନଙ୍କର ବୀରତ୍ୱ ଓ ଦେଶଭକ୍ତିକୁ ରାଜ୍ୟବାସୀ ସଲାମ କରୁଛନ୍ତି ବୋଲି କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅଫଜଲ ଖାନ୍, ସୌମ୍ୟ ରଞ୍ଜନ ମହାନ୍ତି, ପ୍ରଭାତ ରାଉରରାୟ, ଅରୁଣ ସାମନ୍ତରାୟ, ମଳୟ ତ୍ରିପାଠୀ, ରମାକାନ୍ତ ମଣ୍ଡଳ, ପ୍ରୀୟନାଥ ଆଚାର୍ଯ୍ୟ ଉପସ୍ଥିତ ଥିଲେ ।
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com