No Result
View All Result
୨୫ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ଆମ ଦେଶ ଭାରତ ଏକ କୃଷି ପ୍ରଧାନ ଦେଶ।ଦେଶର ଉନ୍ନତି କୃଷି ଏବଂ କୃଷକ ମାନଙ୍କ ଉପରେ ନିର୍ଭର କରିଥାଏ।ୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ କୋରଡ଼ା ଗ୍ରାମର ସଫଳ କୃଷକ ଅରୁଣ ଗୋଚ୍ଛାୟତ ଙ୍କ ବଗିଚାରେ ବ୍ଲକ୍ ସ୍ତରୀୟ ଅକ୍ଷୟ ତୃତୀୟା କୃଷକ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଓଡ଼ିଆ ମାନଙ୍କର ପାରମ୍ପରିକ ପର୍ବ ଭାବରେ ବୈଶାଖ ମାସ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ । ପାରମ୍ପରିକ ରୀତି ନୀତିରେ ପୂଜା ଅର୍ଚନା କରାଯିବା ସହ ମୁଠି ଅନୁକୂଳ କରିଥିଲେ ନୂଆଗାଁ ବ୍ଲକ ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ ।
ମୁଖ୍ୟ ଅତିଥି ଭାବେ ସଫଳ କୃଷକ ତଥା ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ୫ ନଂ ଜୋନ୍ ନିର୍ଦେଶକ ସୂର୍ଯ୍ୟନାରାୟଣ ସାହୁ ଯୋଗଦେଇଥିଲେ । ଏହି ଅବସରରେ ବିଭିନ୍ନ ପଞ୍ଚାଯତରୁ ଆସିଥିବା ସରପଞ୍ଚ ,ସମିତି ସଭ୍ୟ ,ସ୍ଵଂୟ ସହାୟକ ସଂଘର ମହିଳା ମାନେ ଯୋଗଦେଇଥିଲେ । ନୂଆଗାଁ ବ୍ଲକ କୃଷି ବିଭାଗ ଅଧିକାରିଣୀ ପୂଜା କହଁର ନିଜ ଅଭିଭାଷଣ ମାଧ୍ୟମରେ ଚଳିତ ବର୍ଷ କୃଷକ ମାନଙ୍କୁ ଯୋଗାଇଦେବାକୁ ଥିବା ବିଭିନ୍ନ ପ୍ରକାର ଧାନ ବିଷୟରେ ସୂଚନା ଦେଇଥିଲେ। ଜୟ ଯବାନ ,ଜୟ କିଷାନ ନାରା ର ମହତ୍ତ୍ଵ ପୂର୍ବତନ ସରପଞ୍ଚ ଗୋଲଖ ବିହାରୀ ଗୋଚ୍ଛାୟତ ବର୍ଣ୍ଣନା କରିଥିଲେ।

No Result
View All Result