ବ୍ଲକ କୃଷି ଅଧିକାରୀ ଭାଗ୍ୟଧର ସାହୁ ମୁଖ୍ୟ ବକ୍ତା,ବରିଷ୍ଠ ନାଗରିକ ବ୍ରଜବନ୍ଧୁ ରାଉତ , ବାଲିବୋ ସେବା ସମବାୟ ସମିତି ସଭାପତି ମଳୟ ତ୍ରିପାଠୀ, କାଉନସିଲର ମନମୋହନ ସାହୁ, କୃଷକ ସମାଜ ସମ୍ପାଦକ ସୁଶାନ୍ତ ଗୁରୁ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କୃଷି ଓ କୃଷକ ମାନଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଓ ତାର ସଫଳ ରୂପାୟନ ସଂପର୍କରେ ଆଲୋକପାତ କରିଥିଲେ l କୃଷି ଓ କୃଷକ ମାନଙ୍କ ର ଉନ୍ନତି ହେଲେ ଦେଶର ଉନ୍ନତି ହେବ ବୋଲି ମତବ୍ୟକ୍ତ କରିଥିଲେ l କାର୍ଯ୍ୟକ୍ରମକୁ କୃଷକ ସମାଜ ର କାର୍ଯ୍ୟକାରୀ ସଭାପତି ଶ୍ରୀଧର ବେହେରା ପରିଚାଳନା କରିଥିଲେ l ଶ୍ରୀ ଜଗନ୍ନାଥ ଫର୍ଟିଲାଇଜର ତରଫରୁ ଉନ୍ନତ ମାନର ଧାନ ବିହନ ପ୍ରଦର୍ଶନ କରଯାଇଥିଲା l
ସାଂସଦ ମହେଶ ସାହୁ ବ୍ୟସ୍ତତା ଭିତରେ ଆସିପlରିନଥିବାରୁ ଭିଡିଓ ବାର୍ତ୍ତା ମାଧ୍ୟମରେ କୃଷକ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ l ଭୁବନ ସେବା ସମବାୟ ସମିତି ନିର୍ଦ୍ଦେଶକ ସତ୍ୟାନନ୍ଦ ପୃଷ୍ଟି, ନିରଞ୍ଜନ ଗୁରୁ, ଅନୁକୂଳ ପୋଥାଳ ଓ କୃଷକ ସମାଜ କର୍ମକର୍ତ୍ତା ମନ ମୋହନ ବେହେରା, ଶେଷଦେବ ବେହେରା , ପୀତବାସ ବେହେରା, ଅର୍ଜୁନ ପୃଷ୍ଟି ,ଚୈତନ୍ୟ ବେହେରା ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ l ଭୁବନ ବ୍ଲକ, ଏନ୍ ଏ ସି ର ଶତାଧିକ କୃଷକ ଯୋଗଦେଇଥିଲେ l ଶେଷରେ ପୂଜାର୍ଚ୍ଚନା କରାଯାଇ ହଳ ଲଙ୍ଗଳ ଓ ଟ୍ରାକ୍ଟର ସାହାଯ୍ୟରେ ଚାଷ କରି ଅକ୍ଷି ମୁଠି ଅନୁକୂଳ କରାଯାଇଥିଲା l

© 2023 Odisha Taza News.