ସମ୍ମାନିତ ଅତିଥି ଭାବେ ଅନ୍ୟତମ କୃଷକ ନେତା ଯୋଗୀନଥ ମହାନ୍ତି ,ଜିଲ୍ଲା କିଷାନ କଂଗ୍ରେସ ସଭାପତି ବିପ୍ରବର ସାହୁ,କୃଷକ ସଂଘର୍ଷ ସମିତି ସଭାପତି ଇ. ଦେବାଶିଷ ହୋତା ଓ କୃଷକ ନେତା ଅରୁଣ କୁମାର ନାୟକ ପ୍ରମୁଖ ଯୋଗଦେଇଥିଲେ l
କୃଷକ ବିକାଶ ପରିଷଦ ସମ୍ପାଦକ ରଥ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ l ପ୍ରାରମ୍ଭ ରେ ଶତାଧିକ କୃଷକ ସ୍ଥାନୀୟ ପାଲାମଣ୍ଡପ ନିକଟରୁ ହଳ ଲଙ୍ଗଳ ଧରି ସହର ପରିକ୍ରମା କରି ବୁଦ୍ଧେଶ୍ଵର ପୀଠରେ ପହଞ୍ଚି ମା ଲକ୍ଷ୍ମୀ ଙ୍କୁ ପୂଜାର୍ଚ୍ଚନା କରିଥିଲେ ଓ ପରେ ହଳ କରି ଶସ୍ୟ ବୁଣିଥିଲେ l

© 2023 Odisha Taza News.