ଏହି ସମ୍ମିଳନୀରେ ମୁଖ୍ୟବକ୍ତାରୂପେ ଯୋଗ ଦେଇ ଶ୍ରୀମତୀ କୌର ‘ରାଷ୍ଟ୍ର ନିର୍ମାଣରେ ନାରୀ’ ଶୀର୍ଷକ ବିଷୟ ଉପରେ ଗଭୀର ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ରୂପେ ଯୋଗଦେଇ ଆଇ.ସି.ଏମ୍.ଆଇ.ର ନିର୍ଦ୍ଦେଶିକା ଡଃ ସଂଘମିତ୍ରା ପତି ନାରୀ ଅବଳା ନୁହେଁ ସବଳା । ଆଜି ଯୁଗରେ ନାରୀ ସଶକ୍ତିକରଣ ନାମରେ ଯେଉଁ ପାଶ୍ଚାତ୍ୟର ଅନ୍ଧାନୁକରଣ କରାଯାଉଛି ତାହାକୁ ସମାଲୋଚନା କରିଥିଲେ ।
ଏହି ସମ୍ମିଳନୀରେ ‘ ସମର୍ଥା ’ର ସଂଯୋଜିକା ଶ୍ରୀମତୀ ସାନୁଜା ମେଘମାଳା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶ୍ରୀମତୀ ଆରତୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଜ୍ୟୋତିମୟୀ ସାହୁ, ତପସ୍ୱୀନୀ ମହାନ୍ତ, ସୁଶ୍ରୀ ଦୀପ୍ତିମୟୀ, ଡଃ ସ୍ଥିତିପ୍ରଜ୍ଞା, ଅଙ୍କିତା ଦେବ ପ୍ରମୁଖଙ୍କ ସହଯୋଗରେ ସମ୍ମିଳନୀ ସଫଳ ହୋଇଥିଲା ।

© 2023 Odisha Taza News.