ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜୁନ୍ ମାସ ସୁଦ୍ଧା ବର୍ଷା ଋତୁ ପୂର୍ବରୁ ଏହି ୨୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ l ଶିକ୍ଷା,ସ୍ବାସ୍ଥ୍ୟ ବିଭାଗ ରେ ଖାଲି ପଡ଼ିଥିବା ପଦବି ପୂରଣ ,ବିଦ୍ୟାଳୟ ଶ୍ରେଣୀ ଗୃହ ନିର୍ମାଣ ସହିତ ପାନୀୟ ଜଳ ସମସ୍ୟା,କୃଷି, ମତ୍ସ୍ୟ, ଗୋସମ୍ପଦ ଓ ସାଧାରଣ ବଣ୍ଟନ ବ୍ୟବସ୍ଥା ରେ ଚାଉଳ ଯୋଗାଣରେ ବ୍ୟାପକ ଅନିୟମିତତା ହେଉଥିବା ସମ୍ପର୍କରେ ସମିତି ସଭ୍ୟ, ସରପଞ୍ଚ ଓ ଜିଲ୍ଲା ପରିଷଦ ସଭ୍ୟ ମାନେ ଅଭିଯୋଗ କରି ସମସ୍ୟା ସମାଧାନ ପାଇଁ ଦାବି କରିଥିଲେ l
ଅନ୍ୟ ମାନଙ୍କ ମଧ୍ୟରେ ଜିପିଓ ଶ୍ରୀକାନ୍ତ କୁମାର ବେହେରା ,ସହକାରୀ ଯନ୍ତ୍ରୀ ଲିଲାମ୍ବର ବୁମରା,ବ୍ଲକ ଉପାଧ୍ୟକ୍ଷl ଶ୍ରୀମତୀ ସରୋଜିନୀ ଦ୍ବିବେଦୀ ,ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ,ସୁବାସ ମାଝୀ,ସିଲାରାନୀ ସାହୁ ଙ୍କ ସମେତ ସମସ୍ତ ପଞ୍ଚାୟତ ପ୍ରତିନିଧି ,ବିଭାଗୀୟ ଅଧିକାରୀ ଓ ବ୍ଲକ କର୍ମଚାରୀ ମାନେ ଉପସ୍ଥିତ ଥିଲେ l ଶେଷରେ ଆକାଉଟାଣ୍ଟ ପ୍ରଶାନ୍ତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l

© 2023 Odisha Taza News.