No Result
View All Result
୨୨ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଡ଼ିମିରିପଲ୍ଲୀ ହାଇସ୍କୁଲ ଭିଡ଼ିଓଗ୍ରାଫି କରାଯାଇଛି । ଦୀର୍ଘ ଦିନର ଅନ୍ତରାଳ ପରେ ଆଜି ସ୍ଵପନୀଳ ଆକାଶ ମଧ୍ୟରେ ଇଂଦ୍ରଧନୁ ତାର ରଙ୍ଗ ବିଛୁରିତ କଲାପରି ନୂତନ ରୂପ ,ନୂତନ ପରିଚୟ ନେଇ ଦଣ୍ଡୟମାନ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ସରକାରୀ ଉଚ୍ଚବିଦ୍ୟାଳୟ ,ଡିମିରିପଲ୍ଲୀ । ଯେତେ ବେଳେ ସୂଚନା ମିଳିଥିଲା ଏହି ଉଚ୍ଚ ବିଦ୍ୟାଳୟଟି ୫ ଟି ଅନ୍ତର୍ଭୁକ୍ତ କରାଯିବ ସେତେବେଳେ ଅଞ୍ଚଳବାସୀଙ୍କର ମନରେ ଖୁସିର ଲହର ଖେଳିଯାଇଥିଲା । ଅନୁଷ୍ଠାନିକ ଭାବରେ ଶିଳାନ୍ୟାଶ କରାଯାଇ କାମ ଆରମ୍ଭ ହୋଇଥିଲା । ଆଜି ହେଉଛି ସେହି ସ୍ଵପ୍ନର ଅନ୍ତିମ ଦିବସ ।
ଆଜି ଅନୁଷ୍ଠାନିକ ଭ୍ବାରେ ବିଦ୍ୟାଳୟର ଭିଡ଼ିଓ ଗ୍ରାଫି କରଯାଇଥିଲା । ଭିଡିଓ ଗ୍ରାଫି ମାଧ୍ୟମରେ ବିଦ୍ୟାଳୟର ବିଭିର୍ନ୍ନ କାର୍ଯ୍ୟ ଦକ୍ଷତା ଉପରେ ଭିଡିଓ ଗ୍ରାଫି କରାଯାଇଥାଏ। ଯଥା ସ୍ମାର୍ଟ ଶ୍ରେଣୀ ଗୃହ ,ଇ –ଲାଇବ୍ରେରୀ ,ବିଜ୍ଞାନ ଲାଇବ୍ରେରୀ ,ଖେଳ ପଡିଆ , ବିଦ୍ୟାଲୟ ପରିବେଶ ଓ ପାଇଖାନା ।ଏ ସବୁ କାର୍ଯ୍ୟକୁ ଭିଡିଓ ଗ୍ରାଫି କରଯାଇଥିଲା । କାରଣ ଛାତ୍ର ,ଛାତ୍ରୀଙ୍କ ପାଇଁ ଏହି ସବୁ ବ୍ୟବସ୍ଥା ବିଦ୍ୟାଳୟ ମଧ୍ୟରେ ରହିବା ନିହାତି ଦରକାର । ସେହି ସମସ୍ତ ସୁବିଧା ୫ ଟି ସ୍କୁଲ ମାଧ୍ୟମରେ ଓଡିଶା ସରକାର ଛାତ୍ର ଛାତ୍ରୀଙ୍କୁ ସାମିଲ କରିଛନ୍ତି ।
ଆଜି ଥିଲା ସେହି ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ ଆଜି ଭିଡିଓ ଗ୍ରାଫିଦ୍ଵାର ସ୍କୁଲର ସମସ୍ତ ତଥ୍ୟକୁ ଭିଡିଓ ଗ୍ରାଫି କରଯାଇଥିଲା । ଆଜି କାର୍ଯ୍ୟକ୍ରମରେ ନୂଆଗାଁ ବ୍ଲକ ଉନ୍ନୟନ ଅଧିକାରୀ ସଚିଦାନନ୍ଦ ମିଶ୍ର ,ନୟାଗଡ ଜିଲ୍ଲାରୁ ଆସିଥିବା ଡିଆରଡିଏ ରୁ ଭିଡିଓ ଗ୍ରାଫି ସଦସ୍ୟ ସମେତ ସ୍ଥାନୀୟ ସରପଞ୍ଚ ,ସମିତି ସଭ୍ଯ ସଞ୍ଜୀବ କୁମାର ଡାକୁଆ ,ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରି ଉପସ୍ଥିତ ରହିଥିଲେ । ଅତିଥିମାନଙ୍କୁ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସ୍ଵାଗତ ସମ୍ବର୍ଦ୍ଧନା କରି ବିଦ୍ୟାଳୟ ପରିସରକୁ ନେଇ ଯାଇଥିଲେ ।

No Result
View All Result