କାରରେ ବସିଥିବା ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । କଟକରୁ ରଘୁନାଥପୁର ଅଞ୍ଚଳକୁ ଯାଉଥିବା ଇଣ୍ଡିଗୋ କାରଟି କନ୍ଦରପୁରରୁ ଓଏମ୍ପି ଅଭିମୁଖେ ଫେରୁଥିଲାବେଳେ ଧକ୍କା ହୋଇଥିଲା ।
ଦୁର୍ଘଟଣା ଏପରି ହୋଇଥିଲା ସହଜରେ ମୃତ ଏବଂ ଗୁରୁତର ଆହତ ମାନଙ୍କୁ କାରରୁ ବାହାର କରିବା ସମ୍ଭବ ହୋଇନଥିଲା । ବହୁ କଷ୍ଟରେ କାରର ଡୋର କଟାଯାଇ ମୃତ ଏବଂ ଆହତ ମାନଙ୍କୁ ବାହାର କରାଯାଇଥିଲା । ଖବର ପାଇ ଚାଉଳିଆଗଞ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଦୁଇ ଜଣଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇ ଦୁଇଟି ଗାଡ଼ି କୁ ଥାନାକୁ ନେଇଥିଲେ ।

© 2023 Odisha Taza News.