୨୧ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଶ୍ରୀନଗର :- ଗୁରୁବାର ଜାମ୍ମୁକାଶ୍ମୀରରେ ଏକ ବଡ଼ଧରଣର ଅଘଟଣ ଘଟିଛି । ସେନାର ଏକ ଟ୍ରକ୍ ଉପରେ ଅପରିଚିତ ଆତଙ୍କବାଦୀମାନେ ଗ୍ରେନେଡ ମାଡ କରିଛନ୍ତି । ଫଳରେ ଟ୍ରକ୍ଟି ହୁତୁହୁତୁ ହୋଇ ଜଳିବାରୁ ଜଣେ ଓଡ଼ିଆ ଯବାନଙ୍କ ସମେତ ୫ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ଏହି ସେନା ଟ୍ରକ୍ଟି ଭିମ୍ବରଗଳିରୁ ପୁଞ୍ଚ ଯାଉଥିବାବେଳେ ଏହି ଅଘଟଣ ଘଟିଥିଲା । ଆତଙ୍କବାଦୀ ଆକ୍ରମଣକୁ ସେନା ପକ୍ଷରୁ ସ୍ୱୀକାର କରାଯାଇଛି । ପୁଞ୍ଚ-ଜାମ୍ମୁ ଜାତୀୟ ରାଜପଥରେ ଏହି ଅଘଟଣ ଘଟିଥିବା ସେନା ପକ୍ଷରୁ କୁହାଯାଇଛି । ଏହି ଜାତୀୟ ରାଜପଥର ଭାଟାଦୁଡ଼ିଆ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଖବର ମିଳିବା ପରେ ସେନାର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏନେଇ ତଦନ୍ତ ଆରମ୍ଭ ହୋଇଛି ।

ସେନା ଓ ପୋଲିସର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ନିଆଁ ଲାଗିଯିବା ପରେ ଟ୍ରକ୍ଟି ରାସ୍ତା ଉପରେ ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଥିଲା । ଏଥିରେ ଜଣେ ଯବାନ ଗୁରୁତର ହୋଇଥିବାବେଳେ ତାଙ୍କୁ ରାଜୌରୀ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଆକ୍ରମଣରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ତାଙ୍କ ନାମ ଦେବାଶିଷ ବିଶ୍ୱାଳ ଓ ଘର ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଅଳଗୁମା ପଞ୍ଚାୟତ ଖଣ୍ଡାୟତ ସାହିରେ । ତାଙ୍କ ବାପାଙ୍କ ନାମ ପ୍ରତାପ ବିଶ୍ୱାଳ ଓ ମାତାଙ୍କ ନାମ ମମତା ବିଶ୍ୱାଳ ।

ସହିଦ ଦେବାଶିଷ ୨୦୨୧ ମସିହା ଅକ୍ଷୟ ତୃତୀୟାରେ ବିବାହ କରିଥିଲେ । ତାଙ୍କର ଏକ ୭ ମାସର ଶିଶୁକନ୍ୟା ରହିଛି । ସେନା ମୁଖ୍ୟାଳୟରୁ ତାଙ୍କ ଘରକୁ ସହିଦ ହୋଇଥିବା ନେଇ ଫୋନ୍ ଆସିବା ପରେ ପରିବାରବର୍ଗ ଓ ସ୍ଥାନୀୟ ପଡ଼ୋଶୀଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଏହି ଘଟଣାର ଏକ ଭିଡ଼ିଓ ଭାଇରାଲ ହୋଇଛି । ଯେଉଁଥିରେ ସେନାର ଗାଡ଼ିରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ବାରମ୍ବାର ସେନା ଶିବିର ହେଉ କିମ୍ବା ଗାଡ଼ି ହେଉ ବହୁ ସମୟରେ ଅଘଟଣ ଘଟୁଥିବାରୁ ଏହାକୁ ନେଇ ବିଭିନ୍ନ ମହଲରେ ଗଭୀର ଉଦ୍ବେଗ ପ୍ରକାଶ ପାଇଛି । ନିକଟରେ ପଞ୍ଜାବର ଭଟିଣ୍ଡା ସେନା ଶିବିରରେ ଜଣେ ଯବାନ ଗୁଳିମାଡ଼ କରିବାରୁ ୫ ଜଣ ଯବାନଙ୍କର ମୃତ୍ୟୁ ଘଟିଥିଲା । ପୂର୍ବ ଶତ୍ରୁତାରୁ ଏପରି ହୋଇଥିବା ଗିରଫ ଯବାନ ଜଣକ ପୋଲିସ ନିକଟରେ ସ୍ୱୀକାର କରିଥିଲେ ।ଭୁବନେଶ୍ୱର, ଜାମ୍ମୁ ଓ କାଶ୍ମୀରର ପୁଞ୍ଚରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ବୀର ଯବାନ ଦେବାଶିଷ ବିଶ୍ୱାଳ ସହିଦ ହୋଇଥିବାରୁ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେବାଶିଷ ସହିଦ ହୋଇଥିବା ଖବର ଅତ୍ୟନ୍ତ ଦୁଃଖଦାୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଦେଶର ସୁରକ୍ଷାରେ ତାଙ୍କର ବଳିଦାନ ସବୁବେଳେ ସ୍ମରଣୀୟ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିବା ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।