ବିଭିନ୍ନ ବିଭାଗର ୧୫୦ ରୁ ଉର୍ଦ୍ଧ ସେବା ଯୋଗାଇବାରେ ଏହି ବ୍ୟବସ୍ଥା ବିଶେଷ ସହାୟକ ହୋଇପାରିଛି । ସାଧାରଣ ଲୋକଙ୍କୁ ନିଜ ଘର ପାଖରେ ମିଳିପାରୁଥିବା ଏହି ସେବା ବ୍ୟବସ୍ଥାକୁ ଆହୁରି ବ୍ୟାପକ, ସୁଦୃଢ ଓ ସଫଳ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ଶ୍ରୀ ପଟ୍ଟନାୟକ ମୋ ସେବା କେନ୍ଦ୍ରର ପରିଚାଳକ ମାନଙ୍କୁ ପରାମର୍ଶ ଦେଇଛନ୍ତି ।
ମୋ ସେବା କେନ୍ଦ୍ର ଜରିଆରେ ଜନସାଧାରଣଙ୍କୁ ବିଭିନ୍ନ ସୁବିଧାସବୁ ସହଜରେ ମିଳିପାରୁଥିବାରୁ ଶ୍ରୀ ପଟ୍ଟନାୟକ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଆଇଟି ଉପଦେଷ୍ଟାଙ୍କର ୱାର୍ଡ ନମ୍ବର ୫୧, ୱାର୍ଡ ନମ୍ବର ୨୪ ତଥା ୱାର୍ଡ ନମ୍ବର ୨୫ ଅନ୍ତର୍ଗତ ସୌଭାଗ୍ୟ ନଗର, ବରମୁଣ୍ଡା ଏବଂ ଆଇଆରସି ଭିଲେଜ ସ୍ଥିତ ମୋ ସେବା କେନ୍ଦ୍ର ଗସ୍ତ ଅବସରରେ ସହଜ ସେଣ୍ଟରର କ୍ଲଷ୍ଟର ହେଡ ଶ୍ରୀ ନିରଞ୍ଜନ ଦାସ . ଓକାକ କର୍ମଚାରୀ ମାନେ ଉପସ୍ଥିତ ଥିଲେ .

© 2023 Odisha Taza News.