No Result
View All Result
୨୧ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଲୁଗାଁ :- ଖୋର୍ଦ୍ଧା ଜିଲ୍ଲା ଅଧୀନ ବାଲୁଗାଁ ବିଂଜ୍ଞାପିତ ଅଂଚଳ ପରିଷଦ ଆଗରେ ବିଜେପି ଓ ବିଜେଡି ସମସ୍ତ କାଉନସିଲର ମାନେ କାର୍ଯ୍ୟ ନିର୍ବାହୀ ଅଧିକାରିଣୀଙ୍କ ବଦଳି ଦାବୀରେ ଧାରଣାରେ ବସିଛନ୍ତି l ସୂଚନା ଥାଉକି, ବାଲୁଗାଁ ବିଂଜ୍ଞାପିତ ଅଂଚଳ ପରିଷଦରେ ଆଜି ଶୁକ୍ରବାର ଦିନ ସକାଳୁ ଚତୁର୍ଥ କାଉନସିଲ ଅଧିବେଶନ ଥିଲl କିନ୍ତୁ ଅଧିବେଶନର ଆରମ୍ଭ ହେବାର କିଛି ସମୟ ପରେ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ସୋପ୍ନlରlଣୀ ପାଢ଼ୀ ସମସ୍ତ କାଉସିଲର ଓ ନଗରପାଳିକାଙ୍କୁ କୌଣସି କାର୍ଯ୍ୟରେ ସହଯୋଗ ନ କରିବା ଏବଂ ସେମାନଙ୍କୁ ଖରାପ ବ୍ୟବହାର କରୁଛନ୍ତି ବୋଲି ନିର୍ବାଚିତ ଜନପ୍ରତିନିଧି ଅଭିଯୋଗ କରିଛନ୍ତି lକାର୍ଯ୍ୟଳୟର ଅଧିକାରିଣୀ ଏକ ବର୍ଷ ହେଲା କୌଣସି ଉର୍ନତି ମୂଳକ କାର୍ଯ୍ୟରେ ସହଯୋଗ ନ କରିବା ୱାର୍ଡର ବିଭିନ୍ନ ସମସ୍ୟାକୁ ସମାଧାନ ନ କରିବା ,ଜନପ୍ରତିନିଧିକୁ ଉପଯୁକ୍ତ ସମ୍ମାନ ନ ଦେଇ ଆଶାଳୀନ ବ୍ୟବହାର କରିବା ,କାଉସିଲ ବଡି ସହିତ ସୁ ସମ୍ପର୍କ ନ ରଖିବା ଭଳି ଅଭିଯୋଗ କରିଛନ୍ତି l ଏନେଇ ଆଜି ଗୁଳି ଗୁଳି ସାଙ୍ଗକୁ ଡହ ଡହ ଖରାରେ ଅଧିକାରିଣୀଙ୍କ ବିରୋଧରେ ପରିଷଦ ଆଗରେ ଅଧିକାରିଣୀଙ୍କୁ ଆସନ୍ତା 24 ଘଣ୍ଟା ମଧ୍ୟ୍ୟରେ ବଦଳି ଦାବୀରେ ସ୍ଲୋଗାନ ସହିତ ବିଭିନ୍ନ ନାରାବାଜି ଦେଇ ଧାରଣାରେ ବସିଛନ୍ତି ବିରୋଧୀ ବିଜେପି ଓ ଶାସକ ବିଜେଡି ଉଭୟ ଦଳର ସମସ୍ତ କାଉସିଲର ଉପାଧ୍ୟାକ୍ଷ ଭଗବାନ ପ୍ରଧାନ, ଅଧକ୍ଷା ସୁକାନ୍ତି ପାଇକରାୟ,ଏମପି ପ୍ରତିନିଧି ଅକ୍ଷୟ ରଣସିଂହ,ବିଧାୟକ ପ୍ରତିନିଧି ପ୍ରକାଶ କୁମାର ପ୍ରଧାନ l ଅପରପକ୍ଷେ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରେ ମୁଁ ପ୍ରତେକ କାର୍ଯ୍ୟରେ ସହଯୋଗ କରୁଛି,କାହାକୁ ହେଲେ ଅଶାଳୀନ ବ୍ୟବହାର କରିନାହିଁ ବୋଲି କହିଛନ୍ତି l ଅପରାହ୍ନରେ ଚିଲିକା ତହସିଲଦାର ଦିଲ୍ଲୀପ କୁମାର ଷଡ଼ଙ୍ଗୀ ,ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀ,ବାଲୁଗାଁ ଆଇଆଇସି ରଶ୍ମି ରଞ୍ଜନ ପହଞ୍ଚିବାରେ ତାଙ୍କୁ ଏକ ଦାବୀ ପତ୍ର ଆଗାମୀ ସାତ ଦିନ ଭିତରେ ସମାଧାନ କରିବା ପାଇଁ ଦେଇ ଥିଲେ l ତହସିଲଦାର ଉକ୍ତ ଦାବୀ ପତ୍ର ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି ପ୍ରତିଶୃତି ଦେବାରେ ଧାରଣା ଉଠିଥିଲେ l
No Result
View All Result