ସର୍ବୋଦୟର ବାର୍ତ୍ତାବହ ପି ଭି ରାଜଗୋପାଲ ଓରଫ ରାଜାଜୀ ଓ ଜିଲକାର ହାରିସ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରିଛନ୍ତି। ସର୍ବୋଦୟ ସମାବେଶରେ ଅନୁଷ୍ଠିତ ସଭାରେ ଅନୁଷ୍ଠାନ ର ଅଧ୍ୟକ୍ଷ ଅଭିରାମ ନାୟକ ଅଧ୍ୟକ୍ଷତା କରିଥିବା ବେଳେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଢେଇ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ ତ୍ରିପାଠୀ, ମାନବାଧିକାର ଫ୍ରଣ୍ଟର ଅଧ୍ୟକ୍ଷ ମନୋଜ ଜେନା, ଭୁବନେଶ୍ୱର ମେୟର ପ୍ରାର୍ଥୀନୀ ସୁନୀତା ମୁଣ୍ଡ୍ ପ୍ରମୁଖ ଅତିଥି ମାନେ ଉପସ୍ଥିତ ହୋଇ ଭୂଦାନ ଓ ୮୭ବର୍ଷରେ ଓଡିଶା କେଉଁଠି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।କନ୍ଧମାଳ ଜିଲାର ଅବହେଳିତ ଓ ସମାଜର ପଛୁଆ ବର୍ଗଙ୍କୁ ସମାଜର ମୂଖ୍ୟ ସ୍ରୋତରେ ସାମିଲ କରିବାକୁ ନିଷ୍ଠାପର ଉଦ୍ୟମ କରିଆସୁଛନ୍ତି।
ନିଶାନିବାରଣ, ସ୍ୱାସ୍ଥ୍ୟବ୍ୟବସ୍ଥା, ସରକାରୀ ଯୋଜନା ଅପହଞ୍ଚ,ପରିବେଶ ସୁରକ୍ଷା ,ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦେବା ସହ କୁସଂସ୍କାର ଦୂର କରିବାକୁ ପ୍ରୟାଶ କରି ଆସୁଛନ୍ତି।।ସରକାରୀ ଯୋଜନାର ସଫଳତା ପାଇଁ ମିଳିତ ନାଗରିକ କମିଟି ସହଯୋଗରେ ପ୍ରଶାସନ ଓ ସରକାରଙ୍କ ସହ ଜନ ଓକିଲାତି କରି ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣ ପାଇଁ ପ୍ରୟାଶ ଜାରି ରଖିଛନ୍ତି।ନିଜର ଦୁଢ ଇଛାଶକ୍ତିଓ ନିଷ୍ଠାପର ଉଦ୍ୟମ ଯୋଗୁଁ ବିନା ସରକାରୀ ଅନୁଦାନରେ ସମଭାବାପର୍ଣ୍ଣ ବ୍ୟକ୍ତିଙ୍କ ସହଯୋଗ ରେ ଗରିବ ଅସହାୟ ଲୋକଙ୍କ ସମସ୍ୟା ଦୂର କରିବାକୁ ପ୍ରୟାଶ କରୁଛନ୍ତି।

© 2023 Odisha Taza News.