ସ୍ବାମୀଜୀଙ୍କ ସମ୍ମାନାର୍ଥେ ତିନିଗୋଟି ଦାବିକୁ ପୁରଣ କରାଯାଉ ବୋଲି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ମାନେ ଦାବି କରିଛନ୍ତି । ଦାବି ଗୁଡ଼ିକ ହେଲା – କନ୍ଧମାଳ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦିଆଯାଇଥିବା ଦାବି ଗୁଡ଼ିକ ହେଲା ୧. ଜିଲ୍ଲାର ଫୁଲବାଣୀ ଏବଂ ଅନ୍ୟାନ୍ୟ ପ୍ରମୁଖ ଜନଗହଳି ସ୍ଥାନର ଛକ ମାନଙ୍କରେ ବର୍ଷେ ଭିତରେ ବେଦାନ୍ତ କେଶରୀ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ପ୍ରତିମୁର୍ତ୍ତୀ (ସ୍ଟେଚ୍ଯୁ) ସ୍ତାପନ କରାଯାଉ । ୨.ଫୁଲବାଣୀ ଠାରେ ହେବାକୁ ଥିବା ମେଡିକାଲ କଲେଜକୁ ବେଦାନ୍ତ କେଶରୀ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନାମରେ ନାମିତ କରାଯାଉ । ୩. ମାଧପୁର ଠାରୁ ଭାୟା ଫୁଲବାଣୀ – ବାଲିଗୁଡା ଦେଇ ମୁନିଗୁଡା କୁ ବାହାରି ଥିବା ରାସ୍ତା କୁ ସ୍ବାମୀଜୀଙ୍କ ନାମରେ ନାମିତ କରାଯାଉ ।
ଏହାର ଏକକିତା ନକଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓଡ଼ିଶା ରାଜ୍ୟପାଳଙ୍କୁ ପ୍ରେରଣ କରାଯାଇଥିବା ମଧ୍ୟ କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ଅଭୟ ପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଜଗନ୍ନାଥ ସାହୁ, ଚକାପାଦ ଜିଲ୍ଲାପରିଷଦ ସଭ୍ଯା ରଞ୍ଚନା ନାଏକ , ବିଜେପି ମଣ୍ଡଳ ସଭାପତି ସରୋଜ ସାହୁ, ଆଦିତ୍ୟ କହଁର, ମୁକ୍ତିକାନ୍ତ ମହାନ୍ତି, ପ୍ରଭାଶ ଚନ୍ଦ୍ର ନାୟକ, ଯୁବନେତା ଆଶିସ୍ ସାହୁ, ଚନ୍ଦ୍ର ପଣ୍ଡା , ଆନନ୍ଦ କହଁର, ଶଙ୍କର ବଡନାୟକ , ଶୁଶିଲ କହଁର,ଗୋଲକ ମଲିକ, ରାଜେଶ ବେହେରା, ରଞ୍ଜିତ କୁମାର ପାତ୍ର, ବିଘ୍ନେ କହଁର, ଅକ୍ଷୟ କଟା ପ୍ରମୁଖଙ୍କ ସହ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ସାମିଲ ଥିଲେ ।

© 2023 Odisha Taza News.