No Result
View All Result
୨୧ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଫୁଲବାଣୀ – କନ୍ଧମାଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏକ ତିନିଦଫା ଦାବିପତ୍ର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଗୋଲକ ବିହାରୀ କହଁର ଙ୍କ ନେତୃତ୍ବରେ କନ୍ଧମାଳ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦିଆଯାଇଛି । ବେଦାନ୍ତ କେଶରୀ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଜିଲ୍ଲାରେ କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ରୋଜଗାର ଭଳି ପ୍ରତ୍ୟେକ କ୍ଷେତ୍ରରେ ଅତୁଲ୍ୟ ଅବଦାନ ଥିବା ସତ୍ବେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କ ଅବଦାନକୁ ମନେ ରଖିବା ପାଇଁ କୌଣସି ପଦକ୍ଷେପ ନନେବା ଦୁର୍ଭାଗ୍ୟର ବିଷୟ ବୋଲି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସଂଯୋଜକ ତଥା ଯୁବମୋର୍ଚ୍ଚା କନ୍ଧମାଳ ଜିଲ୍ଲା ପ୍ରଭାରୀ ନାରାୟଣ କର୍ମୀ କହିଛନ୍ତି । ସ୍ବାମୀଜୀଙ୍କ ସମ୍ମାନାର୍ଥେ ତିନିଗୋଟି ଦାବିକୁ ପୁରଣ କରାଯାଉ ବୋଲି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ମାନେ ଦାବି କରିଛନ୍ତି । ଦାବି ଗୁଡ଼ିକ ହେଲା – କନ୍ଧମାଳ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦିଆଯାଇଥିବା ଦାବି ଗୁଡ଼ିକ ହେଲା ୧. ଜିଲ୍ଲାର ଫୁଲବାଣୀ ଏବଂ ଅନ୍ୟାନ୍ୟ ପ୍ରମୁଖ ଜନଗହଳି ସ୍ଥାନର ଛକ ମାନଙ୍କରେ ବର୍ଷେ ଭିତରେ ବେଦାନ୍ତ କେଶରୀ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ପ୍ରତିମୁର୍ତ୍ତୀ (ସ୍ଟେଚ୍ଯୁ) ସ୍ତାପନ କରାଯାଉ । ୨.ଫୁଲବାଣୀ ଠାରେ ହେବାକୁ ଥିବା ମେଡିକାଲ କଲେଜକୁ ବେଦାନ୍ତ କେଶରୀ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନାମରେ ନାମିତ କରାଯାଉ । ୩. ମାଧପୁର ଠାରୁ ଭାୟା ଫୁଲବାଣୀ – ବାଲିଗୁଡା ଦେଇ ମୁନିଗୁଡା କୁ ବାହାରି ଥିବା ରାସ୍ତା କୁ ସ୍ବାମୀଜୀଙ୍କ ନାମରେ ନାମିତ କରାଯାଉ । ଏହାର ଏକକିତା ନକଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓଡ଼ିଶା ରାଜ୍ୟପାଳଙ୍କୁ ପ୍ରେରଣ କରାଯାଇଥିବା ମଧ୍ୟ କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ଅଭୟ ପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଜଗନ୍ନାଥ ସାହୁ, ଚକାପାଦ ଜିଲ୍ଲାପରିଷଦ ସଭ୍ଯା ରଞ୍ଚନା ନାଏକ , ବିଜେପି ମଣ୍ଡଳ ସଭାପତି ସରୋଜ ସାହୁ, ଆଦିତ୍ୟ କହଁର, ମୁକ୍ତିକାନ୍ତ ମହାନ୍ତି, ପ୍ରଭାଶ ଚନ୍ଦ୍ର ନାୟକ, ଯୁବନେତା ଆଶିସ୍ ସାହୁ, ଚନ୍ଦ୍ର ପଣ୍ଡା , ଆନନ୍ଦ କହଁର, ଶଙ୍କର ବଡନାୟକ , ଶୁଶିଲ କହଁର,ଗୋଲକ ମଲିକ, ରାଜେଶ ବେହେରା, ରଞ୍ଜିତ କୁମାର ପାତ୍ର, ବିଘ୍ନେ କହଁର, ଅକ୍ଷୟ କଟା ପ୍ରମୁଖଙ୍କ ସହ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ସାମିଲ ଥିଲେ ।
No Result
View All Result