ଗଜପତି ଜିଲ୍ଲାର କାଶିନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ପାରଳାଖେମୁଣ୍ଡି ପୌରାଞ୍ଚଳରେ ଥିବା ସମସ୍ତ ଦୋକାନ ଓ ବ୍ୟବାୟୀକ ପ୍ରତିଷ୍ଠାନର ନାମ ଫଳକକୁ ଓଡିଆ ଭାଷାରେ ଲିପିବଦ୍ଧ କରିବା ନିମନ୍ତେ ଏକ ବୈଠକରେ ଆଲୋଚନା ହୋଇଯାଇଛି, ଏଥିରେ ଖିଲାପକାରୀଙ୍କ ବିରୁଦ୍ଧରେଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଅଛି ଏବଂ ଖିଲାପକାରୀଙ୍କୁ ପ୍ରଥମ ଥରଖିଲାପକାରୀଙ୍କ ନିମନ୍ତେ ୫୦୦୦/- ଟଙ୍କା ଏବଂ ଦିତୀୟ ଥର ଖିଲାପ ନିମନ୍ତେ ୨୫୦୦୦/- ଟଙ୍କା ପର୍ଯ୍ୟନ୍ତ ଜୋରିମାନା ବ୍ୟବସ୍ଥା ରହିଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପଣ୍ଡା ସୂଚନା ଦେଇଛନ୍ତି।ପରିଶେଷରେ ସହକାରୀ ଶ୍ରମ ଅଧିକାରୀ ଶ୍ରୀ ସୋମନାଥ ପାତ୍ର ସମସ୍ତ ସଦସ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

© 2023 Odisha Taza News.