୨୦ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଆର,ଉଦୟଗିରି ଥାନାର ବାଦପୁରୁ ବୁଲାଣି ଛକ ଠାରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଟ୍ରକ ୧୦୦ରୁ ଉଦ୍ଧ୍ବ ଖାଲକୁ ଖସିପଡିବା ଯୋଗୁ ଏଥିରେ ଗାଡି ଚାଳକ ଗୁରୁତ୍ବ ଆହତ । ପୁଲିସ ସୁତ୍ରରୁ ପ୍ରକାଶ ଯେ ଗୁରୁବାର ସକାଳ ୬ଟା ସମୟରେ ବିଶାଖାପାଟଣା ରୁ ମହେନ୍ଦ୍ରଗଡ ସିମେଣ୍ଟ ବଝେଇ
ଯାଉଥିବା ସମୟରେ ଆର,ଉଦୟଗିରି ନିକଟସ୍ଥ ବାଦପୁରୁ ବୁଲାଣି ଛକ ଠରା ସିମେଣ୍ଟ ବଝେଇ ଟ୍ରକ ଭାରସାମ୍ୟ ହରାଇ ସେଠାରେ ନିର୍ମାଣ ହୋଇଥିବା କ୍ରଙ୍କିଟ୍ ଉଆଲକୁ ଧକ୍କା ଦେଇ ରାସ୍ତା ସାଇଡି ୮୦ ରୁ ଉଦ୍ଧ୍ବ ଖାଲକୁ ଖସିପଡିଛି ।
ଏହି ଦୁର୍ଘଟଣାରେ ଟ୍ରକ୍ ଚାଳକ ପି, ନାଗରାଜୁ ଆହତ ହୋଇଛିନ୍ତି । ଖବର ପାଇ ଆର,ଉଦୟଗିରି ସ୍ବାସ୍ଥ୍ୟକେନ୍ଦ୍ରର ଆମ୍ବୁଲାନ୍ସ ଦ୍ବାରା ଆହତ ବ୍ୟକ୍ତିଙ୍କୁ ଆର,ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରୁ ଆଣିଥିଲେ । ଗାଡିର ଚାଳକ ଭିତରେ ମାଡ ଭିତେରିଆ ମାଡ ହୋଇ ଗୁରୁତ୍ବର ଥିବାରୁ ତାଙ୍କୁ
ପାରଳାଖେମଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ଏହି ଖବର ସ୍ଥାନୀୟ ପୁଲିସ ପାଇବାପରେ ଘଟଣା ସ୍ଥୁଳରେ ପହଞ୍ଚି ଏ ନେଇ ଆର, ଉଦୟଗିରି ଥାନା କେସ ନଂ ୪୨/୨୩ ମାମଲା ରୁଜୁ କରି ଏହାର ଅଧକ ତଦନ୍ତ ଚାଲିଛି ।

© 2023 Odisha Taza News.