No Result
View All Result
୨୦ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଫୁଲବାଣୀ :- କନ୍ଧମାଳ ଜ଼ିଲ୍ଲା ଫୁଲବାଣୀ ସ୍ଥିତ ମାଦିକୁନ୍ଦ ରିଜର୍ଭ ପଡ଼ିଆ ଠାରେ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର ଙ୍କ ତତ୍ଵା ବଧାନ ରେ ପ୍ରଥମ ଥର ପାଇଁ ଜ଼ିଲ୍ଲା ରେ କର୍ତଵ୍ୟରତ ବିଭିନ୍ନ ସୁରକ୍ଷା ବାହିନୀ ମଧ୍ୟରେ ଉତ୍ତମ ବୁଝାମଣା, ସମ୍ମନୟ ଓ ଭାଇ ଚାରା ସୃଷ୍ଟି କରିବା ପାଇଁ 15-4-23 ଠାରୁ 19-4-23 ପର୍ଯ୍ୟନ୍ତ ଏକ ବ୍ରଦରହୁଡ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜିତ କରାଯାଇଥିଲା l ଆୟୋଜିତ ଏହି କ୍ରିକେଟ ଟୁର୍ନାମେଣ୍ଟ ରେ କନ୍ଧମାଳ ପୋଲିସ ସହ, ବିଏସଏଫ, ଏସ ଏସ ବିଏନ,ସିଆର ପିଏଫ, ବିଏସଏଫ, ଡିଭିଏଫ, ହୋମଗାର୍ଡ ଓ ଆଇ ଆର ବିଏନ ଅଂଶ ଗ୍ରହଣ କରିଥିଲେ l
ଏହି ଫାଇନାଲ ମ୍ୟାଚ ରେ ପ୍ରଥମେ ଆଇଆର ବିଏନ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ କୋଡିଏ ଓଭର ରେ 168 ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ l ଆଇଆରବିଏନ ଦଳ ପକ୍ଷରୁ ପବିତ୍ର ସାହାଣୀ ଚିତାକର୍ଷକ ଶଟ ମାନ ଖେଳି 45 ବଲ ରେ 9 ଚୌକା ଓ 7 ଚକା ସହ 89 ରନ କରି ଦର୍ଶକଙ୍କ ମନ ଜିଁଣିଥିଲେ l ଜିତିବା ପାଇଁ 169 ରନ ପିଛା କରି ଏସଓଜି ଯବାନ ମାତ୍ର 3 ଉଇକେଟ 173 ରନ କରି ବିଜୟ ହାସଲ କରିନେଇଥିଲେ l
ଏସଓଜି ଦଳପକ୍ଷରୁ ନିର୍ଭରଶିଳ ବ୍ୟାଟ୍ସମ୍ୟାନ ଶଙ୍କର 25 ବଲ ରୁ 5ଟି ଚୌକା ଓ 3 ଟି ଛକା ସହାୟତା ରେ 47 ରନ ଏଂବ ଦଳର ହାର୍ଡ ହିଟର ଦେବାଶିଷ ଦେହୁରୀ ମାତ୍ର 11 ଟି ବଲ ରେ 2 ଟି ଚୌକା ଓ 4ଟି ବିଶାଳ ଛକା ସହାୟତା ରେ ଦ୍ରୁତ 35 ରନ କରି ଦଳକୁ ବିଜୟ କରିବା ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ l ଉଭୟ ଦଳ ପକ୍ଷରୁ ବିଶାଳକାୟଛକା ବର୍ଷଣ ହୋଇଥିଲା ଏହା ସହିତ ଫାଇନାଲ ମ୍ୟାଚ ରେ ଅମ୍ପାୟାରିଙ୍ଗ କରିବା ପାଇଁ ସୁଦୂର କେନ୍ଦ୍ରାପଡ଼ା ରୁ ଆସିଥିବା ଡ୍ୟାନସିଂ ଅମ୍ପାୟାର ବିକନ ଦର୍ଶକଙ୍କ ବେଶ ମନୋରଞ୍ଜନ କରିଥିଲେ l
ମୁଖ୍ୟ ଅତିଥି ଆରକ୍ଷୀ ଅଧିକ୍ଷ୍ୟକ ଶୁଭେନ୍ଦୁ ପାତ୍ର ଚମ୍ପିୟାନ ଓ ରନର୍ସ ଦଳଙ୍କୁ ଟ୍ରଫି ପ୍ରଦାନ କରିଥିଲେ l ଏହି ଟୁର୍ନାମେଣ୍ଟ ରେ ସର୍ବ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିଥିବା ଏସ ଓ ଜି ଦଳ ର ତନ୍ମୟ ଦଳେଇ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ, ଆଇ ଆର ବିଏନ ଦଳ ର ହାର୍ଡ ହିଟର ପବିତ୍ର ସାହାଣୀ ଙ୍କୁ ମ୍ୟାନ ଅଫ ଦି ସିରିଜ, ଆଇଆରବିଏନ ଦଳ ର ଭରୋସା ଯୋଗ୍ୟ ବ୍ୟାଟ୍ସମ୍ୟାନ ମୃତ୍ୟୁଞ୍ଜୟ ମଲ୍ଲିକ ଙ୍କୁ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଓ ଟୁର୍ନାମେଣ୍ଟ ରେ ଉର୍ନତଧରଣ ବୋଲିଂ କରି ବ୍ୟାଟ୍ସମ୍ୟାନ ଧରାଶାୟୀ କରିଥିବା ଏସ ଓ ଜି ଦଳର ମନୋଜ ମହାନନ୍ଦ ଙ୍କୁ ଶ୍ରେଷ୍ଠ ବୋଲର ଭାବେ ମୁଖ୍ୟ ଅତିଥି ଓ ସଂମ୍ମାନିତ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଥିଲା l
ସନ୍ନମାନିତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଲଳିତ କୁମାର ପଟ୍ଟନାୟକ, ଡେପୁଟି କମାଡେଣ୍ଟ ପ୍ରଦୀପ କୁମାର ରାଉତ ଯୋଗ ଦେଇଥିବା ବେଳେ ରିଜର୍ଭ ଇନିସ୍ପେକ୍ଟର ଧର୍ମେନ୍ଦ୍ର ପ୍ରଧାନ, ସରଜେଣ୍ଟ ସରୋଜ ନାୟକ ଏଂବ ଷ୍ଟାଫ ଟୁର୍ନାମେଣ୍ଟ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅତିସୁନ୍ଦର ଭାବରେ ପରିଚାଳନା କରିଥିଲେ l ଶେଷରେ ଦର୍ଶକ ଙ୍କ ମନଜୀଣିଥିବା ଦୁଇ ଡ୍ୟାନସିଂ ଅମ୍ପାୟାର ଙ୍କୁ ମଧ୍ୟ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା l

No Result
View All Result