ରାଜଧାନୀ ଭୁବନେଶ୍ୱରରୁ ସାଢ଼େ ୪ କିଲୋ ବ୍ରାଉନସୁଗାର ଜବତ

ଓଡିଶା ତାଜା ନ୍ୟୁଜ୍ (୧୯ ଜୁନ୍ ଶୁକ୍ରବାର) ଭୁବନେଶ୍ୱର :- ଓଡ଼ିଶା ପୁଲିସ୍‌ର ସ୍ପେଶାଲ ଟ୍ୟାକ୍ସ ଫୋର୍ସ (ଏସ୍‌ଟିଏଫ୍‌) ରାଜଧାନୀ ଭୁବନେଶ୍ୱରରୁ ସାଢ଼େ ୪ କିଲୋ ବ୍ରାଉନସୁଗାର ଜବତ କରିଛି। ଏହି ଘଟଣାରେ ଏସ୍‌ଟିଏଫ୍‌ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଜବତ ବ୍ରାଉନ୍‌ସୁଗାର ମୂଲ୍ୟ ପ୍ରାୟ ସାଢ଼େ ୪ କୋଟି ଟଙ୍କା ହେବ। ଗିରଫ ଅଭିଯୁକ୍ତମାନେ ହେଲେ ବାଲେଶ୍ୱର ଜିଲ୍ଲାର ନୀଳଗିରି ଥାନା ଅନ୍ତର୍ଗତ ନରସିଂହପୁର ଗାଁର ଦେବାଶିଷ ବେହେରା ଓରଫ ରିଙ୍କୁ, ବାଲେଶ୍ୱର ସହରର ଗୋପାଳଗଂଜ ଅଂଚଳର ଏସ୍‌କେ କୌଶର ଅଲ୍ଲୀ ଓ ପ୍ରବୀର କୁମାର ସିଂହ ଓରଫ ସିତୁ ।