କଟକ ଜିଲ୍ଲା ପ୍ରତିନିଧି ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ :- କଟକ ସଦର ନିର୍ବାଚନ ମଣ୍ଡଳୀର ନିଶ୍ଚିତକୋଇଲି ବ୍ଲକ କିଶନନଗର ଥାନା ଅନ୍ତର୍ଗତ ଈଷାଣୀ ବହ୍ମପୁର ପଞ୍ଚାୟତର ମଲିପୁର ନିକଟସ୍ଥ ମହାନଦୀ କୂଳରେ ଥିବା ବିସ୍ତୀର୍ଣ ସବୁଜଜୀମା ନଦୀ ପଠାରେ, କଟକ ସଦର ସାମାଜିକ ଓ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ମହାନଦୀ ତଟତ୍ସୋବ ଏପ୍ରିଲ ୧୫ ତାରିଖ ଠାରୁ ଆରମ୍ଭ ହୋଇ ୧୯ ତାରିଖ ମଧ୍ୟ ରାତ୍ରରେ ଉଦଯାପିତ ହୋଇଛି । କଟକ ସଦର ର ବିକାଶ ପାଇଁ ଉଦ୍ୟମ ଜାରି ରଖିଥୀବା ପୂର୍ବତନ ଯୁବ କ୍ରୀଡାମନ୍ତ୍ରୀ ତଥା କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ( ବାବୁନି ବାବୁଙ୍କ ) ସ୍ୱପ୍ନର ମହାନଦୀ ତଟତ୍ସୋବ ପାଞ୍ଚଦିନ ଧରି ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି ।
ପ୍ରତ୍ୟେକ ଦିନ ସନ୍ଧ୍ୟାରେ କ୍ଷାତନାମା କଳାକାରଙ୍କ ଦ୍ୱାରା ଅନୁଷ୍ଠିତ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ, ଓଡିଶୀ ନୃତ୍ୟ, ବାରିପଦାର ଛଉନୃତ୍ୟ, ସମ୍ବଲପୁରୀ ନୃତ୍ୟ, ମାଲଖମ୍ବ, ବହ୍ମପୁର ଯୋଡ଼ି ଶଙ୍ଖ ବାଦ୍ୟ, ଶଙ୍କର ଓ ପ୍ରଞାନଙ୍କ କମେଡି, ସଂଗୀତ , ଆସାମର ବିହୁ ନୃତ୍ୟର ତାଳେ ତାଳେ ଉପସ୍ଥିତ ଦର୍ଶକ ଝୁମି ଉଠିଥିଲେ । ଏହାସହିତ ବିଭିନ୍ନ ଦିବସରେ ବିଜେଡ଼ି ବରିଷ୍ମ ମନ୍ତ୍ରୀ ବିଧାୟକ ମାନେ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରତ୍ୟେକ ଦିନ କଳାକାର, ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତି, ସମାଜସେବୀଙ୍କୁ ମାନପତ୍ର ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।
କଟକ ସଦର ବିଧାୟକ ଚନ୍ଦ୍ର ସାରଥୀଙ୍କ ନେତୃତ୍ବରେ ଆୟୋଜିତ ଉଦଯାପନୀ ଉତ୍ସବରେ ଓଡ଼ିଶା ପର୍ଯ୍ୟଟନ ବିଭାଗର ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ କୁନା ଭାଇ ଅଧ୍ୟକ୍ଷତା କରିଥିଲେ । ଏହି ଉତ୍ସବରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି, ପୂର୍ବତନ ମନ୍ତ୍ରୀ ତଥା ନରସିହପୁର ବିଧାୟକ ଦେବୀ ପ୍ରସାଦ ମିଶ୍ର, କଟକ ଚୌଦ୍ୱାର ଯୁବ ବିଧାୟକ ସୌଭିକ ବିଶ୍ୱାଳ ଅତିଥି ଭାବେ ଯୋଗ ଦେଇ କହିଲେ ଯେ,କଟକ ସଦର ବିଧାୟକ ଜଣେ କର୍ମ ତତ୍ପର ବିଧାୟକ । କଟକ ସଦର ଉନ୍ନତି ପାଇଁ ସବୁବେଳେ ତାଙ୍କର ଉଦ୍ୟମ ଜାରିରଖିଥାନ୍ତି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।
କଟକ ଭୁବନେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ବଡ଼ ବଡ଼ ମେଳା ଆୟୋଜନ କରାଯାଉଥିଲା ବେଳେ, ବ୍ଲକ ସ୍ତରରେ କୌଣସି ଏଭଳି କାର୍ଯ୍ୟ କରାଯାଇ ପାରୁ ନାହିଁ । କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ଗ୍ରାମାଞ୍ଚଳରେ ପ୍ରଥମ କରି ଖୁବ କମ ସମୟ ମଧ୍ୟରେ, ଏତେବଡ଼ କାର୍ଯ୍ୟ ହାତକୁ ନେଇ ସଫଳ କରିଥିବାରୁ ଭୁୟଂସୀ ପ୍ରଶଂସା କରିବା ସହ ଏହି କାର୍ଯ୍ୟ ଆଗକୁ ଯାରି ରଖିବା ପାଇଁ କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କଟକ ସଦର ନିର୍ବାଚନ ମଣ୍ଡଳୀର ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ଜିଲ୍ଲା ପରିଷଦ ସଭ୍ୟସଭ୍ୟା, ବିଜୁ ଜନତା ଦଳର ଯୁବ,ଛାତ୍ର, ମହିଳା,ବ୍ଲକ ଏବଂ ନଗରର ନବ ନିର୍ବାଚିତ କର୍ମକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।
କଟକ ସଦର ବିଧାୟକଙ୍କ ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ବିରୋଧୀ ଦଳର କେତେକ ଅଶୈଷ୍ଣ ନେତା ଏଭଳି କାର୍ଯ୍ୟକ୍ରମକୁ ସହ୍ୟ କରିନପାରି ବିଭ୍ରାନ୍ତି କର ବିଵୃତ୍ତି ଦେବା ଘଟଣାକୁ , କଟକ ସଦର ସାମାଜିକ ଓ ସାଂସ୍କୃତିକ ପରିଷଦର ସଦସ୍ୟ ମାନେ ନାପସନ୍ଦ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ କିଶନନଗର ଥାନା ଅଧିକାରୀ, କର୍ମଚାରୀ, ଅଗ୍ନି ଶମ ବାହିନୀ, କଟକ ସଦର ସାମାଜିକ ଓ ସାଂସ୍କୃତିକ ପରିଷଦର ସଦସ୍ୟମାନେ ପାଞ୍ଚଦିନ ଧରି ମଲିପୁର ଠାରେ ଆୟୋଜିତ ମହାନଦୀ ତଟତ୍ସୋବରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋ କରିଥିଲେ ।

© 2023 Odisha Taza News.