୨୦ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଫୁଲବାଣୀ :- ଦୀର୍ଘ ଦିନ ହେବ ଫୁଲବାଣୀ ସହର ର ମୁଖ୍ୟ ପରିବାର ମାର୍କେଟ ସ୍ଥିତ ପରିସ୍ରା ଗାର ଅଚଳ ହୋଇ ରହିଥିବା ରୁ ସହର ବାସି ବହୁତ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ସ୍ଥାନୀୟ ବ୍ୟବସାୟୀ ମାନଙ୍କ କହିବାନୁସାରେ ଦୀର୍ଘ ଦିନ ହେବ ଏହି ପରିସ୍ରା ଗାର ଅଚଳ ହୋଇ ପଡ଼ିରହିଛି l ଜ଼ିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ କୁ ବାରମ୍ବାର ଲିଖିତ ଅଭିଯୋଗ କଲେ ମଧ୍ୟ କୋୖଣସି ପ୍ରକାର ବିହିତ ପଦେକ୍ଷେପ. ନେଉନଥିବା. ଜନ ସାଧାରଣରେ. ଅଭିଯୋଗ ହେଉଥିବାର ନଜିର ରହିଛି l
ଯାହା ଫଳରେ ଏଠାରେ ନିର୍ଭର ରଖୁଥିବା ଲଷ୍ମୀମାର୍କେଟ, ସୁପର ମାର୍କେଟ, ଗଣେଶ ବଜାର ର ବ୍ୟବସାୟୀ ଓ ବାହାରୁ ଆସୁଥିବା ଜନସାଧାରଣ ମୁଖ୍ୟତଃ. ମହିଳା ମାନେ ପରିସ୍ରା ଯିବା ପାଇଁ ନାନା . ଅସୁବିଧା ର. ସମ୍ମୁଖୀନ ହେଉଛନ୍ତି l ସ୍ୱଚ୍ଛତା ଉପରେ ସରକାର ଡିଣ୍ଡିମ ପିଟୁଥିବା ବେଳେ ଏହାର ନଗ୍ନ ଚିତ୍ର ଏଠାରେ ଦେଖିବା କୁ ମିଳୁଛି l ଦୀର୍ଘ ଦିନ ଧରି ଏହି ପରିସ୍ରା ଗାରରେ ତାଲା ଝୁଲରହୁଛି l ଯଦି ଓ ଜନସାଧାରଣ ଙ୍କ ହିତ ନିମନ୍ତେ ଏହି ପରିସ୍ରା ଗାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହି ପରିସ୍ରା ଗାର ତିଆରି କରାଗଲା ତାହେଲେ କାର୍ଯ୍ୟ କାରି କାହିଁକି ହେଉନି, ସହର ବୁଦ୍ଧିଜୀବୀ ମହଲ ରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛନ୍ତି l
ଏହି ପରିସ୍ରା ଗାର ର ରିମୋଡେଲିଙ୍ଗ ପାଇଁ ପୌର ପ୍ରଶାସନ ବାରମ୍ବାର ପ୍ରତିଶୃତି ଦେଉଥିଲେ ସୁଦ୍ଧା କାର୍ଯ୍ୟ ରେ ତାହା କରିଦେଖାଉନାହାନ୍ତି ନାହିଁ l ଯାହାରୀ ଫଳରେ ପୌର ପ୍ରଶାସନ କଥା ଦେଇ କଥା ରଖି ପାରୁନ ଥିବା କଥା ସହର ବାସି ବହୁତ ଦୁଃଖ ର ସହ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି l ବାକିରହିଲା ଜ଼ିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ଜନସାଧାରଣ ଙ୍କ ପରିସ୍ରା ନିମନ୍ତେ ବ୍ୟବହାର ହେଉଥିବା ଏହି ପରିସ୍ରାଗାର ର ରକ୍ଷଣ ବେକ୍ଷଣା କେବେ କରୁଛନ୍ତି l 

© 2023 Odisha Taza News.