ସରକାରଙ୍କ ବିଶୁଦ୍ଧପାଣି ପାଇଁ ଗାଁଗାଁକୁ ପିଇବା ପାଣିର ସୁବିଧା ପାଇଁ ବସୁଧା ଯୋଜନାରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ ଓଭରଟ୍ୟାଙ୍କ କରାଯାଇଥିବା ବେଳେ ଲଣ୍ଡାଗାଁ ଭଳି ଗ୍ରାମ ପଞ୍ଚାୟତରେ ପିଇବା ପାଣିର ଘୋର ଅଭାବ ସାଙ୍ଗକୁ ଓ୍ବାର୍ଡ ବା ବସ୍ତି ମଧ୍ୟରେ ଥିବା ନଳକୂପ ଖରାପ ଥିବା ବେଳେ କାଁଭାଁ ଯେଉଁଗୁଡିକ ଠିକ୍ ଅଛି ତାକୁ ବହୁ ସମୟ କସରତ କଲେ ଯାଇ ବଡ଼ କଷ୍ଟରେ ବାଲଟିଏ ପାଣି ବାହାରୁ ଥିବା ବେଳେ ପିଇବା ପାଣି ପାଇଁ ଲୋକେ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି ।
ଏପଟେ ଦିନବେଳର ଡହ ଡହ ଖରାରେ ଲୋକେ ସକାଳୁ ବାହାରକୁ ବାହାରିବା କଷ୍ଟସାଧ୍ୟ ହେଉଥିବା ବେଳେ ପଞ୍ଚାୟତକୁ ନିଜର ଯାବତୀୟ କାମପାଇ ତଥା ବଜାରକୁ ଖରାବେଳେ ଦୁରରୁ ଆସୁଥିବା ଲୋକଙ୍କ ପାଇଁ ପଞ୍ଚାୟତ ପକ୍ଷରୁ ଜଳଛତ୍ର ଆଜି ପର୍ଯ୍ୟନ୍ତ ଖୋଲା ଯାଇନଥିବା ବେଳେ ଲଣ୍ଡାଗାଁ ପଞ୍ଚାୟତ ଉପରେ ନିର୍ଭର କରୁଥିବା ଲୋକ ଟୋପାଏ ପିଇବାପାଣି ପାଇଁ ନାହିଁ ନଥିବା ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସି। ସରକାର ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମ ଓ ଖବରକାଗଜ ରେ ତାତି ବଢିବାର ପୂର୍ବାନୁମାନ କରିବା ସହ ସବୁ ପଞ୍ଚାୟତ ଓ ସହର ବଜାର ଓ ରାସ୍ତା କଡରେ ପିଇବା ପାଣି ପାଇଁ ଜଳଛତ୍ର ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ନିର୍ଦ୍ଦେଶକୁ ଫୁ କରୁଥିବା ଏହି ଲଣ୍ଡାଗାଁ ପଞ୍ଚାୟତରେ ଦେଖିବାକୁ ମିଳିଛି। 

© 2023 Odisha Taza News.