No Result
View All Result
୧୯ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଣପୁର :- ଚିଲିକା ନିର୍ବାଚନ ମଣ୍ଡଳୀ ବାଣପୁର ବ୍ଲକ ରେ ଜ୍ୟୋତି ମିଶନ୍ ଶକ୍ତି ମହାସଙ୍ଘ ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି, ମିଶନ୍ ଶକ୍ତି ର ଉପାଦେଷ୍ଟା ଓ ବିଡ଼ିଓ ମ୍ୟାଡମ୍ ବାଣପୁର ବ୍ଲକ ଅଧୀନରେ ଥିବା କିଛି ଗ୍ରାମ ପଞ୍ଚାୟତ ରେ ବୈଠକ କରି ମିଶନ୍ ଶକ୍ତି ର ମହିଳା ମା ମାନଙ୍କ ଉନ୍ନତି କାର୍ୟ୍ଯ ଉପରେ ଦୃଷ୍ଟି ଦେଇଥିଲେ, ସମସ୍ତେ କିପରି ସ୍ୱାଵଲମ୍ବି ହୋଇପାରିବେ ତାହାରି ଉପରେ ଆଲୋଚନା କରିଥିଲେ, ମିଶନ ଶକ୍ତି ର ଏମ୍ବିକେ, ସି ଆର ପି, କର୍ମ କର୍ତ୍ତା ମାନଙ୍କ ସହିତ ମିଶି ସବୁପ୍ରକାର କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ।1.କୁମାରାଙ୍ଗ ଶାସନ ଗ୍ରାମ ପଞ୍ଚାୟତ
2.ଦାମିଆ ବରଵରା ପଞ୍ଚାୟତ
3.ତୁମୁରା ପୁଟ୍ ଗ୍ରାମ ପଞ୍ଚାୟତ
4.ନନ୍ଦପୁର ଗ୍ରାମ ପଞ୍ଚାୟତ
5.ବିଷ୍ଣୁଡିହ ଗ୍ରାମ ପଞ୍ଚାୟତ
6.ଭେଟେଶ୍ୱର୍ ଗ୍ରାମ ପଞ୍ଚାୟତ
7.ଦାମୀଆ ବରବରା ଗ୍ରାମ ପଞ୍ଚାୟତ
8.ନୀଳାଦ୍ରି ଗ୍ରାମ ପଞ୍ଚାୟତ ଗୁଡ଼ିକ ବୁଳିଥିଲେ,
ମିଶନ ଶକ୍ତି ଓଡିଶା ଉପଦେସ୍ଟା ଶ୍ରୀମତୀ ଲୋପାମୁଦ୍ରା ବକ୍ସିପାତ୍ର ମ୍ୟାଡମ୍, ଖୋର୍ଦ୍ଧା ଜିଲ୍ଲା ସଧାରଣ ସମ୍ପାଦକ୍ ତଥା ବାଣପୁର ବ୍ଲକ ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପ ସଭାପତି ଶ୍ରୀଯୁକ୍ତ ଗୋପୀନାଥ ମହାରଣା, ବାଣପୁର ବ୍ଲକ ଵି ଡି ଓ ଶ୍ରୀମତୀ ଶୀତଲ୍ ଅଗ୍ରୱାଲ ମ୍ୟାଡମ୍ , ମିଶନ୍ ଶକ୍ତି ମହା ସଂଘ ବାଣପୁର ବ୍ଲକ ର ସଭାପତି ଶ୍ରୀମତୀ କବିତା ତ୍ରିପାଠୀ, ବାଣପୁର ବ୍ଲକ ମିଶନ୍ ଶକ୍ତି ର ସମ୍ପାଦକ୍ ଶ୍ରୀମତୀ ବେବିନା ତ୍ରିପାଠୀ, ଡି ପି ଏମ ଓ ଵି ପି ଏମ ଖୋର୍ଦ୍ଧା, ବାଣପୁର ବ୍ଲକ ର ଶିବ ପ୍ରସାଦ ଜାଲ୍ଲି, ରଶ୍ମିତା ଇନ୍ଦ୍ରଜିତ୍ ମ୍ୟାଡମ୍ ବାଣପୁର ବ୍ଲକ ରେ ଏକ ବୈଠକ ବସିଥିଲା ଏବଂ ମିଶନ୍ ଶକ୍ତି ଙ୍କ ଦ୍ୱାରା ପରିଚାଳିତ ହୋଉଥିବା “କା ଫେ” କୁ ପରିଦର୍ଶନ କରିଥିଲେ ଏବଂ ମିଶନ ଶକ୍ତି ର ମହିଳା ମା ମାନେ ଆଦି ଯୋଗଦେଇ ମିଶନ ଶକ୍ତି ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଆଲୋଚନା କରିଥିଲେ, ଆଗାମୀ ଦିନ ରେ କିପରି ମିଶନ ଶକ୍ତି ଆହୁରି ସୁଦୃଢ଼ ହେବ ଏବଂ ଓଡିଶାରେ ବାଣପୁର ବ୍ଲକ ର ମିଶନ ଶକ୍ତି ଏକ ନମ୍ବର ହେବ ତାହା ଉପରେ ଆଲୋଚନା କରିଥିଲେ । ପରି ଶେଷରେ ମିଶନ୍ ଶକ୍ତି ମହାସଙ୍ଘ ର ମା ମାନେ ସମସ୍ତ ଅତିଥି ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ,
No Result
View All Result