ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ସୁବୁଦ୍ଧି ପାଟଣା ଗ୍ରାମର ପିତା ବସନ୍ତ କୁମାର ସାହୁ ଓ ମାଆ ଛବି ସାହୁଙ୍କ କନିଷ୍ଠ କନ୍ୟା ଦୀପ୍ତି ୨୦୦୪ ମସିହାରେ ଜନ୍ମ ଗ୍ରହଣ କରିଛନ୍ତି । ଚିଲିକା ସରକାରୀ ଉଚ୍ଚ ବିଦ୍ୟାଳୟ ବରକୂଳରୁ ମାଟ୍ରିକ ପାସ୍ ପରେ ଅଧୁନା ବାଲୁଗାଁ କଲେଜର ଯୁକ୍ତ ୩ କଳା ବିଭାଗର ଛାତ୍ରୀ । ସେ ଭଲ ପାଠ ପଢିବା ସହିତ ଗୀତ ଗାଇବା,ନୃତ୍ୟ ପରିବେଷଣ,ବକ୍ତୃତା ପ୍ରଦାନ,କବିତା ଲେଖିବା ଓ ଭଲ ଚିତ୍ରାଙ୍କନ କରି ନିଜର କଳା ପ୍ରତିଭାକୁ ବିଭିନ୍ନ ଜାଗାରେ ପରିବେଷଣ କରି ଖୁବ୍ କୃତିତ୍ୱ ଅର୍ଜନ କରିଛନ୍ତି । ଯେତେବେଳେ ସେ ବଡକୂଳ ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ସଙ୍ଗୀତ ପତିଯୋଗିତାରେ ପ୍ରଥମ ସ୍ଥାନ,ନବମ ଶ୍ରେଣୀରେ ସିନିୟର ଜୁବ୍ଲି ଏଯେୟାଇସି କ୍ଲବର ଆୟୋଜିତ ପରେ ବ୍ଲକସ୍ତରୀୟ,ଜିଲ୍ଲା ସ୍ତରୀୟ ଓ ହାଇସ୍କୁଲର ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ସଫଳତା ହାସଲ କରିଛନ୍ତି ।
ବିଗତ ଦିନରେ ନିଜ ଗ୍ରାମ ନିକଟସ୍ଥ ଓଡ଼ି ଆର୍ଟ ସେଣ୍ଟର ପରିସରରେ ଆୟୋଜିତ କାଣ୍ଣୀଭାଲ ଉତ୍ସବରେ ଭାଗ ନେଇ ନୃତ୍ୟ ପରିବେଷଣ କରି ସେଠାରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିପାରିଛନ୍ତି । ବାଲୁଗାଁ କଲେଜରେ ୬୭ ତମ ବନ୍ୟଜନ୍ତୁ ସପ୍ତାହ କାର୍ଯ୍ୟକ୍ରମରେ ଇଂରାଜୀରେ ବକ୍ତୃତା ପ୍ରଦାନ କରି ସେଠାରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଗ୍ରାମାଞ୍ଚଳ ରେ ରହି ମଧ୍ୟ ନିଜର ଦୃଢ଼ ଏକ ନିଷ୍ଟ ସାଧନା ବଳରେ ସେ ଅନେକ ସଫଳତାକୁ ଆପଣେଇ ପାରିଛନ୍ତି ଏହା ସମସ୍ତଙ୍କ ପାଇଁ ପ୍ରେରଣା ଓ ଆଗକୁ ବଢାଇବାର ଆହ୍ବାନ । ଦୀପ୍ତିଙ୍କ ଏହି ସଫଳତାର ଶ୍ରେୟ ତାଙ୍କ ବାପା ମାଆଙ୍କ ସମେତ ବଡ଼ ଭଉଣୀ ଲକ୍ଷ୍ମୀପ୍ରିୟା ସାନ ଭାଇ ସୋମନାଥଙ୍କୁ ମଣିଛନ୍ତି । ଆଗାମୀ ଦିନରେ ରାଜ୍ୟ ତଥା ଅନ୍ତଜାତୀୟ ସ୍ଥରରେ ନିଜ ପାଖରେ ରହିଥିବା କଳା ଗୁଡ଼ିକ ପ୍ରଦର୍ଶନ କରି ଗୈାରବ ଆଣିବା ତାଙ୍କର ଲକ୍ଷ୍ୟ ବୋଲି ଦୀପ୍ତି ଦୃଢ ମନୋବଳ ପୋଷଣ କରିବା ସହ ଭବିଷ୍ୟତରେ ଓଏଏସ୍ ହେବାର ସ୍ବପ୍ନ ରଖିଛନ୍ତି । ଏହି ବହୁମୁଖି ପ୍ରତିଭାଙ୍କ ସ୍ବପ୍ନ ସଫଳ ହେଉ ସେ କଳା ଦିଗରେ ଆହୁରି ଉନ୍ନତି କରନ୍ତୁ ଏଟିକି ପାର୍ଥନା ।

© 2023 Odisha Taza News.