ଏହାସହିତ ହରିଶଙ୍କର ଠାରେ ୧ ମଇ ରୁ ୫ ପର୍ଯ୍ୟନ୍ତ ଦୀର୍ଘ ପାଞ୍ଚ ଦିନବ୍ୟାପି ହେବାକୁ ଥିବା ରାଜ୍ୟସ୍ତରୀୟ ହରିଶଙ୍କର ମହୋତ୍ସବ କୁ ଶାନ୍ତି ଶୃଙ୍ଖଳା ସହିତ ସମାପନ କରିବା ପାଇଁ ପୋଲିସ,ପ୍ରଶାସନ, ମନ୍ଦିର ପରିଚାଳନା କମିଟି, ସଚେତନ ନାଗରିକ, ସ୍ବେଛାସେବୀ ସହଯୋଗ କରିବାକୁ ସଭାପତି ସମସ୍ତ ଙ୍କ ସହଯୋଗ କାମନା କରିଥିଲେ l ଗଙ୍ଗାଧର ପାର୍କ ର ସୌନ୍ଦର୍ଯ୍ୟକରଣ, ରକ୍ଷଣା ବେକ୍ଷଣ,ସ୍ଵଭାଵ କବି ଗଙ୍ଗାଧର ମେହେର ଙ୍କ ପୂର୍ଣ୍ଣାଙ୍ଗ ଅବୟବ ମୂର୍ତ୍ତି ସ୍ଥାପନ ପ୍ରସ୍ତାବ ଉପରେ ଉପଜ଼ିଲ୍ଲାପାଳ ତୁରନ୍ତ ପଦକ୍ଷେପ ନେବାକୁ ଏନଏସି ଇଓ କୁ ନିର୍ଦେଶ ଦେଇଥିଲେ l
ପାଟଣାଗଡ ସହର ନିକଟରେ ପ୍ରବାହିତ ମାୟାବତୀ ନଦୀ ଏବଂ ସ୍ବର୍ଣ୍ଣଭଦ୍ରା ନଦୀ ରେ ଜଳ ସଂରକ୍ଷଣ ପାଇଁ ବ୍ୟାରେଜ ଏବଂ ଚେକ ଡ୍ୟାମ ନିର୍ମାଣ ପାଇଁ ମଧ୍ୟ କମିଟି ତରଫରୁ ପ୍ରସ୍ତାବ ଦିଆଯାଇଥିଲା l ପାଟଣାଗଡ ଉପଜ଼ିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକ ରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି,ତହସିଲଦାର ଲକ୍ଷ୍ମଣ ମାଝି, ଗୋଷ୍ଠୀ ଉନ୍ନୟନ ଅଧିକାରୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ପାଟଣାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ,ଏସଡ଼ିଓ ବିଦ୍ୟୁତ ବିଭାଗ, ଏସଡ଼ିଓ ଗ୍ରାମ୍ୟ ଜଳ ଯୋଗାଣ ଏବଂ ପରିମଳ ବିଭାଗ,ଏସଡ଼ିଓ ପବ୍ଲିକ ୱାର୍କ୍ସ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ର ଯନ୍ତ୍ରୀ,ଯନ୍ତ୍ରୀ ଜନ ସ୍ୱାସ୍ଥ୍ୟ ବିଭାଗ,ଉପସ୍ଥିତ ଥିବାବେଳେ ସିଟିଜେନ କମିଟି ତରଫରୁ ସଭାପତି ଘନଶ୍ୟାମ ମେହେର, ସମ୍ପାଦକ ସବ୍ୟସାଚୀ ମାଝି , ଡମ୍ବରୁ ପାଣିଗ୍ରାହୀ, ଅରକ୍ଷିତ ଯୋଶୀ, ରାଧେଶ୍ୟାମ ମିଶ୍ର, ମହାଦେବ ମେହେର ପ୍ରମୁଖ ଉପସ୍ଥିତ ଥିଲେ 
© 2023 Odisha Taza News.