ଓଡିଶାର ଦୁଇ ବୀର ଯବାନ ଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦେବା ସହ ଶେଷ କୃତ୍ୟ ସମ୍ପନ୍ନ

ଓଡିଶା ତାଜା ନ୍ୟୁଜ୍ /ରିପୋର୍ଟ – ଅଭିମନ୍ୟୁ ମହାରଣା (୧୯ ଜୁନ୍ ଶୁକ୍ରବାର) କନ୍ଧମାଳ :- ଲଦାଖ ଗଲୱାନ ଘାଟିରେ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ଶହୀଦ ଓଡ଼ିଆ ବୀର ଯବାନ ଚନ୍ଦ୍ରକାନ୍ତ ପ୍ରଧାନଙ୍କୁ ତାଙ୍କ ଜନ୍ମମାଟି ରାଇକିଆର ମହୋତ୍ସବ ପଡିଆ ଠାରେ ତାଙ୍କ ମର ଶରୀର ର ଶେଷ ଦର୍ଶନ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମନ୍ତ୍ରୀ ଡ଼ଃ. ଅରୁଣ କୁମାର ସାହୁ ଓ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ , ଘୁ ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ , ବାଲିଗୁଡା ବିଧାୟକ ଚକ୍ରମଣୀ କହଁର, ଅନ୍ୟ ବରିଷ୍ଠ ରାଜନେତା ମାନଙ୍କ ସହ ସେନା ବାହିନୀ ।

ଉଭୟ ଓଡ଼ିଆ ବୀର ଯବାନଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦେବା ସହ ଶେଷ କୃତ୍ୟ ସମାପନ ହୋଇଛି । ଶହୀଦ ଓଡ଼ିଆ ବୀର ଯବାନ ଙ୍କ ଦେଶପ୍ରେମ ଏବଂ ଦେଶ ପାଇଁ ବଳିଦାନ ସମସ୍ତ ଓଡିଶା ବାସୀ ଙ୍କ ହୃଦୟ ରେ ଚିରସ୍ମରଣୀୟ ହୋଇ ରହିବ ବୋଲି ମନ୍ତ୍ରୀ ଡ଼ଃ. ଅରୁଣ ସାହୁ ମତ ବ୍ୟକ୍ତ କରିଛନ୍ତି । ସେହିପରି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହିଦ ଯବାନ ନନ୍ଦୁରାମ ସୋରେନ୍‌ଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇ ଯାଇଅଛି ।

ଟାଉନ୍ ଥାନାରୁ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିଥିଲେ । ସହିଦଙ୍କ ଇଚିଣ୍ଡା ନୂଆଘର ଦେଇ ପୈତୃକ ଗାଁ କୁ ଶହୀଦ ଙ୍କ ମର ଶରୀର ଯାଇଥିଲା । ଉଭୟ ଶହୀଦ ଙ୍କୁ ଗାର୍ଡ ଅଫ ଅର୍ନର୍ ର ମର୍ଯ୍ୟାଦା ଦିଆଯାଇଛି ।

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com