No Result
View All Result
୧୮ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୂଆଗାଁ ବ୍ଲକ ଅନ୍ତର୍ଗତ କୋରଡ଼ା ଗ୍ରାମରେ କୋରଡ଼ା ଗଡ ଓ ପଲିଶ୍ରୀମେଳା ଉଦଘାଟିତ ହୋଇଯାଇଛି । ପ୍ରଥମେ କୋରଡ଼ା ମହୋତ୍ସବ କମିଟି ର ସଦସ୍ୟ ଏବଂ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଶ୍ରୀ ରଘୁନାଥ ଜୀଉ ଙ୍କ ମନ୍ଦିର ନିକଟରେ ପୂଜା ଅର୍ଚ୍ଚନା ସାରି ମଶାଲ କୁ ଧରି ମହୋତ୍ସବ ମଣ୍ଡପରେ ପହଞ୍ଚି ପୂଜା ଅର୍ଚ୍ଚନା କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା,
ସ୍ଥାନୀୟ ସରପଞ୍ଚ ନିରୋପମା ପାତ୍ର, ନୂଆଗାଁ ସରପଞ୍ଚଙ୍କ ପ୍ରତିନିଧି ପଦ୍ମଚରଣ ପରିଡ଼ା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ବସନ୍ତ ମିଶ୍ର, ମହୋତ୍ସବ କମିଟି ର ସଭାପତି ଗୋଲଖ ବିହାରୀ ଗୋଚ୍ଛାୟତ, ଗ୍ରାମ ସଭାପତି ପ୍ରମୋଦ କୁମାର ଦାସ, ସମ୍ପାଦକ ଭଗବାନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କୋରଡ଼ା ଗଡ଼ ଲାଙ୍କାପୋଡ଼ି ଉତ୍ସବର ଗାରିମା ବର୍ଣ୍ଣନା କରିଥିଲେ । ମହୋତ୍ସବ କମିଟି ତରଫରୁ ଅତିଥି ମାନଙ୍କୁ ପୁଷ୍ପଗୋଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ଛୋଟ ଛୋଟ ପିଲା ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

No Result
View All Result