ରଥ ଗଡ଼ିବା ଦାବିରେ ଆଜି ୧୨ଘଣ୍ଟିଆ ପୁରୀ ବନ୍ଦ ଡାକରା କରାଯାଇଥିଲା ।

ଓଡିଶା ତାଜା ନ୍ୟୁଜ୍ (୧୯ ଜୁନ୍ ଶୁକ୍ରବାର) ପୁରୀ :- ଆଜି ୧୨ ଘଣ୍ଟିଆ ପୁରୀ ବନ୍ଦ ଡାକରା ଚଳିତବର୍ଷ ରଥଯାତ୍ରା ବନ୍ଦ ନେଇ ସୁପ୍ରିମ୍‌କୋର୍ଟ୍ ରାୟ ପ୍ରକାଶ ପାଇବା ପରେ ପୁରୀରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବଡ଼ଦାଣ୍ଡ ରଥଖଳା ସମ୍ମୁଖରେ ଲୋକେ ଏକାଠି ହୋଇ ହଲ୍ଲାପଟା କରିଥିଲେ । ଶ୍ରୀଜଗନ୍ନାଥ ସେନା ଓ ଶ୍ରୀକ୍ଷେତ୍ର ସୁରକ୍ଷା ବାହିନୀ ପକ୍ଷରୁ ବଡ଼ଦାଣ୍ଡରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ବିକ୍ଷୋଭକାରୀମାନେ ପୋଡ଼ାଜଳା କରିଥିଲେ । ରଥ ଗଡ଼ିବା ଦାବିରେ ଆଜି ୧୨ଘଣ୍ଟିଆ ପୁରୀ ବନ୍ଦ ଡାକରା ଦିଆଯାଇଛି । ଶତାଧିକ ପୁରୀବାସୀ ଏହି ପ୍ରତିବାଦକୁ ସମର୍ଥନ କରି ହରିବୋଲ ଧ୍ୱନି ଦେଇଥିଲେ । ଏଥିସହିତ ରଥଯାତ୍ରା ବନ୍ଦ ହେବାରେ ବିଶ୍ୱ ହିନ୍ଦୁ ପରିଷଦ ମଧ୍ୟ କ୍ଷୋଭ ପ୍ରକାଶ କରିଛି ।

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com