୧୭ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଜଗତସିଂହପୁର :- ବିଜୁ ବାବୁ ଥିଲେ ଅନନ୍ୟ । ତାଙ୍କ କାମ କରିବାର ଶୈଳୀ ଥିଲା ନିଆରା । ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା ଓଡ଼ିଶା ଓ ଓଡ଼ିଆ ଜାତିର ଉନ୍ନତି । ତାଙ୍କର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ ଥିଲା ମହିଳା ସଶକ୍ତିକରଣ । ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣୀତ, ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ଉଦୀୟମାନ ଯୁବ ସମାଜସେବୀ ସଞ୍ଜୀବ ବିଶ୍ଵାଳଙ୍କ ନେତୃତ୍ବରେ ବାଲିକୁଦା ବ୍ଲକ ଅନ୍ତର୍ଗତ କରକେଇ ପୀଠରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ପଟ୍ଟନାୟକଙ୍କ ୨୬ତମ ଶ୍ରାଦ୍ଧଉତ୍ସବ ପାଳନ କରାଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ, ରାଜ୍ୟ ଯୋଜନା ବୋର୍ଡ ସଭ୍ୟ ତଥା ରାଜ୍ୟ ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ଡ଼. ପ୍ରସନ୍ନ ପାଟ୍ଟଶାଣୀ ଯୋଗଦେଇ ପ୍ରଥମେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହ ବିଜୁ ପଟ୍ଟନାୟକଙ୍କ ଆଧୁନିକ ଓଡିଶା ଗଠନ କରିବାର ପ୍ରୟାସ ଓ ନିଜେ ତାଙ୍କ ସହ କାମ କରିବାର ଅନୁଭୂତି ବର୍ଣ୍ଣନା କରିଥିଲେ ।
ବାଲିକୁଦା ତହସିଲ ଛକ ଠାରୁ ବିରାଟ ମଟରସାଇକେଲ ଶୋଭାଯାତ୍ରାରେ ଯୁବ ସମାଜସେବୀ ସଞ୍ଜୀବ ବିଶ୍ଵାଳ ଆସି ମଞ୍ଚରେ ପହଞ୍ଚି ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଶ୍ରମିକଙ୍କ ସ୍ୱାର୍ଥ ରକ୍ଷା, କୃଷି ଓ ଶିଳ୍ପର, ଯୁବ ଗୋଷ୍ଟି ସ୍ୱାଭିମାନର ସହ କିପରି ବଞ୍ଚିବ ଆଦି ବିଜୁ ବାବୁଙ୍କ ଅନେକ ସୁକ୍ଷ୍ମ ଚିନ୍ତାଧାରା ଉପରେ ଆଲୋକପାତ କରିଥିଲେ ଯୁବ ସମାଜସେବୀ ସଞ୍ଜୀବ ବିଶ୍ଵାଳ ।
ପୂର୍ବତନ ଜିଲ୍ଲାପରିଷଦ ରାମ ଚନ୍ଦ୍ର ମହାନ୍ତିଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଶ୍ରାଦ୍ଧଉତ୍ସବ ରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବି ରବୀନ୍ଦ୍ରନାଥ ସ୍ୱାଇଁ, ଏରସମା ବ୍ଲକ ପୂର୍ବତନ ଅଧ୍ୟକ୍ଷ ମାନସ ସେଠୀ, କୈଳାଶ ଦାସ, ଅଳାଭର ପଞ୍ଚାୟତର ସମିତି ସଭ୍ୟ ହରିଶ ଚନ୍ଦ୍ର ସତପଥି, ହେମନ୍ତ ସେଠୀ ଓ ରମେଶ ପାଇଟାଳ ପ୍ରମୁଖ ।

© 2023 Odisha Taza News.