୧୭ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଲୁଗାଁ :- ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ଆଜି ସୋମବାର ପୂର୍ବାହ୍ନରେ ମହାନ ଜନ ନାୟକ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଉପଲକ୍ଷେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ପରାମର୍ଶ ଅନୁଯାଇ ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲୁଗାଁ ଉମା ମହେଶ୍ୱରଦେବ ମନ୍ଦିର ଠାରେ ବାଲୁଗାଁ ଏନଏସି ନଗରପାଳିକା ଶ୍ରୀମତୀ ସୁକାନ୍ତି ପାଇକରାୟ, ଉପ ନଗରପାଳ ଭଗବାନ ପ୍ରଧାନ,ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପ ସଭାପତି ଗୋପୀନାଥ ମହାରଣା, ସାଧାରଣ ସମ୍ପାଦକ ଯୁବନେତା ସନ୍ତୋଷ ପାଇକରାୟ , ବାଲୁଗାଁ ଏନଏସି ବିଜେଡି ସଭାପତି ଜୟନ୍ତ ସ୍ୱାଇଁ, ଏମପି ପ୍ରତିନିଧି ଅକ୍ଷୟ ରଣସିଂହ,ବାଣପୁର ବ୍ଲକ ବିଧାୟକ ପ୍ରତିନିଧି ମନୋଜ ପ୍ରଧାନ, ବିଜୁ ଯୁବ ଜନତା ଦଳ ସଭାପତି ରାକେଶ ସେଣ ,
ଉପସଭାପତି ଗଣେଶ ପ୍ରଧାନ, କାଉନସିଲର ଅଭିମନ୍ୟୁ ସ୍ୱାଇଁ, ସୁଜାତା ପଣ୍ଡା, ମମତା ପଣ୍ଡା, ବାଣପୁର ବିଜେଡି ଉପ ସଭାପତି ଦାଶରଥି ଦାସ ଏବଂ ବାଲୁଗାଁ ଏନଏସିର ସକ୍ରିୟ କର୍ମୀ, ନାରୀନେତ୍ରୀ ମାନେ ଯୋଗ ଦେଇ ଉମାମହେଶ୍ୱର ପୁଷ୍କରିଣୀରେ ବିଜୁ ବାବୁଙ୍କୁ ଭକ୍ତିପୂତ ତିଲୋତର୍ପଣ ଅର୍ପଣ କରିବା ସହ ମନ୍ଦିର ପରିସରରେ ଥିବା ବୃଦ୍ଧା, ଛୋଟ ପିଲା ମାନଙ୍କୁ ଫଳ ବଣ୍ଟନ କରିଥିଲେ l ପରେ ଅପରାହ୍ନରେ ବାଲୁଗାଁ ସ୍ଥିତ ଅଶୋକ ନଗର ବଣିକ ସଂଘ ସଭାଗୃହ ଠାରେ ଚିଲିକା ବିଧାୟକଙ୍କ ଧର୍ମପତ୍ନୀ ତଥା ଖୋର୍ଦ୍ଧା ଜିଲ୍ଲା ସୁସଂଗଠିକା ସ୍ଵାଗତିକା ଜଗଦେବଙ୍କ ସଭାପତିତ୍ୱରେ ଏକ ସାଧାରାଣ ସଭାର ଆୟୋଜନ କରାଯାଇଥିଲା ।
ଏହି ଅବସରରେ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଡ଼କ୍ଟର ଦେବେନ୍ଦ୍ର ନାଥ ମାନସିଂହ, ବିଜେଡି ଖୋର୍ଦ୍ଧା ଜିଲ୍ଲା ଉପ ସଭାପତି ପ୍ରଭାସ ସୁନ୍ଦରାୟ,ଚିଲିକା ବ୍ଲକ ବିଧାୟକ ପ୍ରତିନିଧି ଉତ୍ପଳ ପାଇକରାୟ, ସଭାପତି ମିନତୀ ବେହେରା,ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସୃତି ଚାରଣ କରି ବିଜୁ ବାବୁଙ୍କ ଆଦର୍ଶ ଉପରେ ଆଲୋକପାତ କରିଥିଲେ l ଏହି କାର୍ଯ୍ୟକ୍ରମରେ ଚିଲିକା ଓ ବାଣପୁର ବ୍ଲକର କାର୍ଯ୍ୟକର୍ତ୍ତାଙ୍କ,ନିର୍ବାଚିତ ପ୍ରତିନିଧି ସମେତ ବହୁ କର୍ମୀ ମାନେ ଉପସ୍ଥିତ ଥିଲେ ।

© 2023 Odisha Taza News.