No Result
View All Result
ପାର୍କ ନିଶ୍ଚିତ ହେବବୋଲି ନଗରପାଳ ଶୁଭେନ୍ଦୁକୁମାର ସାହୁ ପ୍ରତିକ୍ରିୟା ପ୍ରକାଶ କରିବାସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ
୭୫ ଲକ୍ଷଟଙ୍କା ବ୍ୟୟରେ ବୁଦ୍ଧେଶ୍ୱର ପାର୍କନିମନ୍ତେ ଶିଳାନ୍ୟାସ କରାଯଇଥିଲା ।
୧୬ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନ :- ଭୁବନ ନଗରପାଳ ଙ୍କ ବର୍ଷ ପୂର୍ତି ଅବସରରେ ଗତ ବୁଧବାର ଦିନ ୨୮ କୋଟିଟଙ୍କା ବିନିମୟରେ ମନ୍ତ୍ରୀ ଓ ସାଂସଦ ଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ କରାଯାଇଥିଲା । ତନ୍ମଧ୍ୟରୁ ୭୫ ଲକ୍ଷଟଙ୍କା ବ୍ୟୟରେ ବୁଦ୍ଧେଶ୍ୱର ପାର୍କନିମନ୍ତେ ଶିଳାନ୍ୟାସ କରାଯଇଥିଲା । ଗତକାଲି କୌଣସି ଦୁର୍ବୃତ ପାର୍କଶିଳାନ୍ୟାସ ଫକଳକୁ ଭାଙ୍ଗି ଦେଇଥିବା ଜଣାପଡିଛି । ପୂର୍ବରୁଏହିଜମି ଜବରଦଖଲ କରିଥିବା ବ୍ୟକ୍ତି ଏପରି କାଣ୍ଡକରିଛନ୍ତି ବୋଲି କୁହାଯାଉଛି ।
ପାର୍କ ନିର୍ମାଣ ସକାଶେ ମାସକ ପୂର୍ବେ ଏହି ଅଂଚଳକୁ ଜବର ଦଖଲ ମୁକ୍ତକ ରାଯଇଥିଲା ବେଳେ ପୁନର୍ବାର ଜବରଦଖଲ କାରୀମାନେ ଏହିଜମି ନିଜ ଅକ୍ତିଆରକୁ ନେବାକୁ ହୀନ ପ୍ରୟାସକରିଛନ୍ତି, ଯେଉଁଥିରେ ସେମାନେ ଆଦୌ ସଫଳ ହେବେନାହିଁ. ପାର୍କ ନିଶ୍ଚିତ ହେବବୋଲି ନଗରପାଳ ଶୁଭେନ୍ଦୁକୁମାର ସାହୁ ପ୍ରତିକ୍ରିୟା ପ୍ରକାଶ କରିବାସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

No Result
View All Result