No Result
View All Result
୧୬ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ :- ବରଗଡ଼ ୱାର୍ଡ ନମ୍ବର ୮ସ୍ଥିତ ମିଲନ ବିହାର ବାସିନ୍ଧା ଶ୍ରୀ ଭୁବନଲାଲ ଅଗ୍ରୱାଲଙ୍କର (76)ବର୍ଷ ବୟସରେ ନିଧନ ହୋଇଯାଇଛି । ସେ ଗତ ଏକ ମାସରୁ ଉର୍ଦ୍ଧ ହେଲା ବୋନ ମେରୁ ରୋଗରେ ପୀଡିତ ଥିଲେ । ପ୍ରଥମେ ତାଙ୍କର ଚିକିତ୍ସା ରାଇପୁର ସ୍ଥିତ ଏମ୍ସ ଚିକିତ୍ସାଳୟ ରେ କରାଯାଇଥିଲା ମାତ୍ର ଚିକିତ୍ସାରେ କୌଣସି ଉନ୍ନତି ନହେବାରୁ ତାଙ୍କୁ ଏୟାରଲିଫ୍ଟ ସାହାଯ୍ୟରେ ହାଇଦ୍ରାବାଦ ସ୍ଥିତ ୟଶୋଦା ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇଥିଲା ।
ତେବେ ସେଠାରେ ୧୯ ଦିନ ର ଚିକିତ୍ସା ପରେ ବିଭାଗୀୟ ଡାକ୍ତର ଘରକୁ ଫେରାଇନେବା ପାଇଁ ପରାମର୍ଶ ଦେଇଥିଲେ । ମାତ୍ର ତାଙ୍କୁ ହାଇଦ୍ରାବାଦ ରୁ ଫେରାଇ ଆଣି ବରଗଡ଼ ର ଏକ ଘରୋଇ ଚିକିତ୍ସାଲୟରେ ଚିକିତ୍ସିତ କରାଯାଉଥିଲା ହେଲେ ଆଜି ସକାଳ ୧୨.୩୦ ମିନିଟ ସମୟରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା । ତାଙ୍କର ନିଧନରେ ପରିବାର ସମେତ ଆଖ ପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ଆଜି ସନ୍ଧ୍ୟା (5-30. PM)ଘଣ୍ଟା ସମୟରେ ବରଗଡ଼ ଜୀରା ନଦୀ କୂଳ ସ୍ୱର୍ଗଦ୍ୱାର ରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।
No Result
View All Result