୧୬ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୂଆଗାଁ ବ୍ଲକ ସଦରମହକୁମା ନୂଆଗାଁ ହାଇସ୍କୁଲ୍ ପଡ଼ିଆରେ ଏଫ୍ ଇ ସି ସି ଆନୁକୂଲ୍ୟରେ ଚାଲିଥିବା ଏନ୍ ପି ଏଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ୍ ଟି ପଞ୍ଚସଖା କୃଷକ କ୍ଲବ୍ ସହିତ ରାମେଶ୍ୱର ସୁପର ମାକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ରାମେଶ୍ବର ସୁପର ମାର୍କେଟ ଟଚ୍ ୱିନ୍ କରି ନିର୍ଦ୍ଧାରିତ ୧୫ ଉଭରରେ ୯ୱିକେଟ୍ ହରାଇ ୧୧୭ ରନ୍ କରିଥିଲା। ଜବାବରେ ପଞ୍ଚସଖା କୃଷକ କ୍ଲବ୍ ୧୩.୫ ବଲ୍ ରେ ୮ୱିକେଟ୍ ହରାଇ ୧୧୯ ରନ୍ ଚମ୍ପିୟାନ ହୋଇଥିଲା l
ମୁଖ୍ୟ ଅତିଥି ଦଶପଲ୍ଲା ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ନୂଆଗାଁ ଏଫ୍ ଇ ସି ସି ତରଫରୁ ଏଭଳି ଏକ ଏନ୍ ପି ଏଲ ମ୍ୟାଚ ଆୟୋଜନ କୁ ପ୍ରଶଂସା କରିବା ସହ ଗ୍ରାମାଞ୍ଚଳ ରେ ଯୁବକ ମାନଙ୍କ ମଧ୍ୟରେ ଲୁଚିରହିଥିବା ପ୍ରତିଭା ବିକଶିତ ହେବାର ଏହା ଏକ ମାଧ୍ୟମ ଏବଂ କ୍ରୀଡାର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟା ଏବଂ ଗୁରୁତ୍ବ ଉପରେ ବର୍ଣ୍ଣନା କରିଥିଲେ।
ତତ୍ ସହିତ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ନିଜେ ମଧ୍ୟ କ୍ରିକେଟ୍ ଖେଳିଥିଲେ । ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଶକ୍ତି ଭାରତ ଗ୍ୟାସ ମାଲିକ ଶକ୍ତି ପ୍ରସାଦ ପ୍ରଧାନ, ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳବେହେରା, ପ୍ରମୋଦ କୁମାର ପ୍ରଧାନ, ନରେନ୍ଦ୍ର କୁମାର ସାହୁ, ରମେଶ ଚନ୍ଦ୍ର ପ୍ରଧାନ, ସାରଦା ପ୍ରସାଦ ଖଣ୍ଡୁଆଳ, ନୂଆଗାଁ ପଞ୍ଚାୟତ ବିଜେଡ଼ି ସଭାପତି ପ୍ରକାଶ କୁମାର ନାୟକ,
ପଞ୍ଚସଖା କୃଷକ କ୍ଲବ୍ ର ମାଲିକ ଭଗବାନ ପ୍ରଧାନ, ରାମେଶ୍ବର ସୁପର ମାର୍କେଟ ଦଳ ର ମାଲିକ ଲକ୍ଷ୍ମୀଧର ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଦଶପଲ୍ଲା ଯୁବ ବିଧାୟକ ଚାମ୍ପିଅନ ଦଳକୁ ଟ୍ରଫି ପ୍ରଦାନ କରି ପରାଜିତ ଦଳକୁ ରନର୍ସ ଅଫ ଟ୍ରଫି ପ୍ରଦାନ କରିଥିଲେ । ଆଜିର ମ୍ୟାଚକୁ ଅଞ୍ଜନ ଗୋଚ୍ଛାୟତ ଓ ବିଜୟାନନ୍ଦ ସ୍ୱାଇଁ ଖେଳଟିକୁ ପରିଚାଳନା କରିଥିଲେ।
ଏଫ୍ ଇ ସି ସିର କ୍ଲବର ସଭାପତି ଅଶୋକ କୁମାର ନାୟକଙ୍କ ସମେତ କ୍ଳବର୍ ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମକୁ ସହଯୋଗ କରିବା ସହ ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ ପଡିଆର ସୋନ୍ଦର୍ଯ୍ୟ କରଣ ବୃଦ୍ଧି ପାଇଛି ଏବଂ ବିଧାୟକ ଙ୍କ ସହଯୋଗ ପାଇଁ ଏନ୍ ପି ଏଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଚିତ୍ତାକର୍ଷକ ହୋଇପାରିଛି ବୋଲି କହିଥିଲେ ।

© 2023 Odisha Taza News.