ରମାଇ ହାଇସ୍କୁଲ ଖେଳ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ,ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ଡ଼.ବିୟଜାନନ୍ଦ ସେଠି, ହଟିକଲଚର ଆସିଷ୍ଟାଣ୍ଟ ଡାଇରେକ୍ଟର ପ୍ରୋମୋଦ କୁମାର ସେଠୀ, ବ୍ଲକ ଅଧ୍ୟକ୍ଷ ନିଲକାନ୍ତ ବାଗ , ତସିଲଦାର ଲକ୍ଷ୍ମଣ ମାଝି, ଉପସଭାପତି ଭକ୍ତରାମ ବାଗ, ସମ୍ପାଦକ ଜୟନ୍ତ କୁମ୍ଭାର ଥିବାବେଲେ ମୁଖ୍ୟବକ୍ତା ଭାବରେ ଡ.ବାସୁଦେବ ସୁନାନି ଯୋଗଦେଇଥିଲେ ।
ଆମ୍ବେଦକର ଭବନ ପାଇଁ ପାଟଣାଗଡ଼ ଉପ ଜିଲ୍ଲାପାଳ ଡ.ଶ୍ରୀ ସେଠୀ ପବ୍ଲିକ ସ୍କୁଲ ପାଖରେ ୧୦ ଡିସିମିଲ ଜାଗା ଦେଇଥିବାବେଲେ ବିଧାୟକ ଶ୍ରୀ ମେହେର ତାଙ୍କ ବିଧାୟକ ପାଣ୍ଠିରୁ ଏହାର ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କାର ଅନୁଦାନ ରାଶି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏଥିରେ ପାଟଣାଗଡ଼ ବ୍ଲକ ସମେତ ବେଲପଡା, ଖପ୍ରାଖୋଲ ଓ ନୂଆପଡ଼ା ,ବରଗଡ, ପଦ୍ମପୁର ଅଞ୍ଚଳର ବହୁ ସଂଖ୍ୟାରେ ଆମ୍ବେଦକର ପ୍ରେମୀ ମାନେ ଯୋଗଦେଇଥିଲେ । ଶେଷରେ କୁନିକୁନି କଲାକାର ମାନଙ୍କ ଦ୍ଵାରା ଆୟୋଜିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ଙ୍କୁ ମନମୋଗଧ୍ କରିଥିଲା ।

© 2023 Odisha Taza News.