ଓଡିଶା ତାଜା ନ୍ୟୁଜ୍ (୧୯ ଜୁନ୍ ଶୁକ୍ରବାର) ନୟାଗଡ :- ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲା ତାଲିମ କେନ୍ଦ୍ର ଠାରେ ଅନୁଷ୍ଠିତ ଜିଲ୍ଲା ସ୍ଥରୀୟ ସମନ୍ବିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ସଚେତନତା ଭିତ୍ତିକ କାର୍ଯ୍ୟକ୍ରମ କୁ ଜିଲ୍ଲାପାଳ ଡା.ପୋମା ଟୁଡୁ ଉଦଘାଟନ କରିଛନ୍ତି । 15 ଜୁନରୁ 31ଜୁଲାଇ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ଅନ୍ୟ ଏକ ସୂତ୍ରରୁ ଖବର ମିଳିଛି ।
ବ୍ୟାପକ ଭାବେ ଚାଲିବାକୁ ଥିବା ଏଥିରେ କୋଭିଡ -19, ଟି.ବି., ଏନ.ସି.ଡି, ଏମ.ଡ଼ି.ଡ଼ି, ଆଦି ରୋଗକୁ ସଂଶ୍ଲିଷ୍ଟ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସଭାପତିତ୍ୱ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଭାରପ୍ରାପ୍ତ ସିଡିଏମଓ ,ଏଡିମଓ, ଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, କର୍ମଚାରୀ ଉପସ୍ଥିତ ଥିଲେ । (ନୟାଗଡଜିଲ୍ଲା ରିପୋର୍ଟ – ରାମକୃଷ୍ଣ ରଥ)
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com