No Result
View All Result
୧୪ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନ :- ଭୁବନସ୍ଥିତ ବିନାୟକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନନ୍ଦ କିଶୋର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଖଣି ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ,ସମ୍ମାନୀତ ଅତିଥି ଭାବେ ସାଂସଦ ମହେଶ ସାହୁ , ନଗରପାଳ ଶୁଭେନ୍ଦୁ କୁମାର ସାହୁ , ଡା.ଖଗେଶ୍ୱର ବେହେରା , ସନ୍ତୋଷ କୁମାର ପତି ମୁଖ୍ୟବକ୍ତା ଭାବେ ସାଂସଦଙ୍କ ସଚିବ ପଣ୍ଡିତ ମାତୃପ୍ରସାଦ ମିଶ୍ର ପ୍ରମୁଖ ଯୋଗଦେଇଥିଲେ ।
ସ୍ୱପ୍ଲିନା ପ୍ରିୟଦର୍ଶିନୀ ବର୍ଦ୍ଧନ ସ୍ୱାଗତଭାଷନ , ଅତିଥି ପରିଚୟ ପ୍ରଦାନ କରିଥିବା ବେଳେଅଧ୍ୟକ୍ଷ କାମାକ୍ଷା ପ୍ରସାଦ ବେହେରା ବାର୍ଷିକ ବିବରଣି ପାଠ କରିଥିଲେ । ଉପଦେଷ୍ଟା ଶିକ୍ଷାବିତ ହରିହର ମିଶ୍ର ବିଦ୍ୟାଳୟର ଉନ୍ନତି ତଥା ବିଭିନ୍ନ ଅଭାବ ଅସୁବିଧା ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ କୃତୀ ବିଦ୍ୟାର୍ଥୀ ମାନଙ୍କୁ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଶିକ୍ଷକ ସନ୍ତୋଷ କୁମାର ମିଶ୍ରଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

No Result
View All Result