ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସାଂସଦ ମହେଶ ସାହୁ କହିଥରଲେ ଯେ , ପ୍ରକୃତରେ ଶ୍ରୀ ଅରବିନ୍ଦ ଶିକ୍ଷାକେନ୍ଦ୍ର ହିଁ ବାସ୍ତବରେ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର । କାରଣ ଯୋଗ ଠାରୁ ଆଧ୍ୟାତ୍ମିକ ଶିକ୍ଷା କେବଳ ଏହିଠାରେ ହିଁ ଦିଆଯାଇଥାଏ । ଅନ୍ୟତମ ଅତିଥି ଭାବେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ,ଜଗନ୍ନାଥ ସଂସ୍କୃତି ପ୍ରଚାରକ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ଯୋଗଦେଇଥିଲେ । ସଂପାଦକ ବିଶ୍ୱ ଭୂଷଣ ବେହେରା ବିଦ୍ୟାଳୟର ସଫଳତା ବର୍ଣ୍ଣନା କରିବା ସହ ଅଭାବ , ଅସୁବିଧା ସଂପର୍କରେ ଅତିଥି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ଚଳିତ ଶିକ୍ଷାବର୍ଷର ଶ୍ରେଷ୍ଠ ଛାତ୍ରୀ ଲିପ୍ସାରାଣୀ ସାହୁ ଓ ଜାତୀୟ ସ୍ତରର ହାଣ୍ଡବଲ ଖେଳାଳି ଶ୍ୱେତପଦ୍ମା ସାହୁ ଙ୍କୁ ମୁଖୟଅତିଥି ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଦିନବନ୍ଧୁ ବେହେରା ସ୍ୱାଗତଭାଷଣ , ଅତିଥି ପରିଚୟ ପ୍ରଦାନ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷନ ହୋଇଥିଲା ।ପରିଚାଳନା କମିଟି ର ମୁଖ୍ୟ ଉପଦେଷ୍ଟା ବାଳକୃଷ୍ଣ ସାହୁ ,ଉପସଭାପତି ବ୍ରହ୍ମାନନ୍ଦ ସାହୁ , ସଭ୍ୟ ବେଣୁଧର ଗୁରୁ , ଗଣେଶ ଚନ୍ଦ୍ର ମେହେଣା , ବାସୁଦେବ ସାହୁ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରିଥିଲେ ।

© 2023 Odisha Taza News.