୧ ନମ୍ବର ୱାର୍ଡ ସ୍ଥିତ କାଶୀ ବିଶ୍ୱନାଥ ମନ୍ଦିର ପରିସରରେ ଥିବା ହନୁମାନ ମନ୍ଦିରେ ହନୁମାନ ଜୟନ୍ତୀ ଓ ପଣାସଂକ୍ରାନ୍ତି ପାଳିତ ହୋଇଯାଇଛି । ଶ୍ରୀରାମ ମନ୍ଦିର ରେ ମଧ୍ୟ ହନୁମାନ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ଶତାଧିକ ଭକ୍ତ ଯୋଗଦେଇଥିଲେ । ପାଲାମଣ୍ଡପ ସ୍ଥିତ ହନୁମାନ ମନ୍ଦିର , କାଳୀବଜାର ସ୍ଥିତ ମା ବାଟ ମଙ୍ଗଳା , ମା ବାଟ ତାରିଣୀ ପୀଠରେ ପଣାସଂକ୍ରାନ୍ତି ପାଳିତ ହୋଇଯାଇଥିବା ବେଳେ ଡାକବଙ୍ଗଳା ସମ୍ମୁଖସ୍ଥ ମଙ୍ଗଳା ମନ୍ଦିର ପରିସରରେ ଝାମୁଯାତ୍ରା ପାଳିତ ହୋଇଥିଲା ।
ମାନସିକ ବ୍ରତଧାରୀ ପାଟୁଆ (ଦଣ୍ଡୁଆ) ଉତପ୍ତ ନିଆଁ ରେ ଚାଲିଥିଲେ । ଅନୁରୂପ ଭାବେ ଭୁବନ ବ୍ଲକର ପ୍ରସିଦ୍ଧ ଶକ୍ତୀପୀଠ ବାରୁଆଁ ମଙ୍ଗଳା , ଓଡିଶ ଚର୍ଚ୍ଚିକା ପୀଠ , ବଡକାଠିଆ ମା ମଙ୍ଗଳା ପୀଠ ରେ ସହସ୍ରାଧିକ ଭକ୍ତ ଙ୍କ ଉପସ୍ଥିତିରେ ପଣାସଂକ୍ରାନ୍ତି ପାଳିତ ହୋଇଯାଇଛି । ବିଭିନ୍ନ ଅନୁଷ୍ଠାନ ତରଫରୁ ଓଡିଆ ନବବର୍ଷ ଓ ପଣାସଂକ୍ରାନ୍ତି ମଧ୍ୟ ପାଳିତ ହୋଇଯାଇଛି ।

© 2023 Odisha Taza News.