No Result
View All Result
ଜିଲ୍ଲାପରିଷଦ ଚେୟାରମ୍ୟାନ ଙ୍କୁ ଦେଖି ବିରକ୍ତି ପ୍ରକାଶ କରିଥିଲେ ତେବେ ଗଣିଆ ବ୍ଲକରେ ବିନା ଅନୁମତିରେ ଜିଲ୍ଲାପାଳଙ୍କ ଭଳି ଠାଣିମାଣି ଦେଖାଇ 5T ଅଧୀନ ବିଦ୍ୟାଳୟ ଗ୍ରସ୍ତ କରିବାର କାରଣ କଣ … ?
ରଣପୁର ରାଜନୀତି ର ଏପରି ବେହାଲ ଅବସ୍ଥା କୁ ଦେଖି ଦଶପଲ୍ଲା ବିଧାୟକ ଆଗୁଆ ବନ୍ଧ ବାନ୍ଧିଛନ୍ତି ।
ରଣପୁର ରାଜନୀତି ମହଲରେ ବିଜେଡି ଦଳ ଦୁଇ ଫାଳ ହେବାର କାରଣ ଜିଲ୍ଲାପରିଷଦ ଅଧ୍ୟକ୍ଷ ବୋଲି ରଣପୁର ରାଜନୀତି ମହଲରେ ଚର୍ଚ୍ଚା ହେଉଛି ଓ ରଣପୁର ରାଜନୀତି ମହଲରେ ହଟ ଚମଟ ସୃଷ୍ଟି ହୋଇଛି ।
୧୩ଏପ୍ରିଲ୍,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର :- ରଣପୁର ରାଜନୀତି ମହଲରେ ହଟ ଚମଟ ସୃଷ୍ଟି ହୋଇଛି କି କାହିଁକି ଜିଲ୍ଲାପରିଷଦ ଅଧକ୍ଷ ଙ୍କୁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ମନା ? ତେବେ ସ୍ପଷ୍ଟ ଭାବେ କହିବାକୁ ଗଲେ ବଳେ ପଶି କୁଣିଆ ହେବା ଗୁଣ ଟି ଅଧକ୍ଷ ଙ୍କ ଉପରେ ଭାରି ପ୍ରଭାବ ପକାଇଛି । ସୂଚନା ଥାଉକି ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ଗଣିଆ ବ୍ଲକ ଅନ୍ତର୍ଗତ 5T ଅଧିନସ୍ଥ ବିଦ୍ୟାଳୟ କୁ ବିନା ଅନୁମତି ଅବା ବିନା ନିମନ୍ତ୍ରଣରେ ଅଚାନକ ଗ୍ରସ୍ତ କରି ବିଦ୍ୟାଳୟ ପରିଦର୍ଶନ କରୁଥିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଯାହା ଗଣିଆ ବ୍ଲକ ର ଜିଲ୍ଲାପରିଷଦ ମାନଙ୍କ ନଜରରେ ଆସିଥିଲା । ଏହାକୁ ନେଇ ରାଜନୀତିଜ୍ଞ ତଥା କିଛି ବରିଷ୍ଠ କର୍ମୀ ଙ୍କ କ୍ରୋଧର ଶିକାର ହୋଇଥିଲେ ।
ଉକ୍ତ କର୍ମୀ ମାନଙ୍କ ମଧ୍ୟରୁ ଗଣିଆ ବ୍ଲକର ଜିଲ୍ଲାପରିଷଦ ସଦସ୍ୟ ମାନେ ଜିଲ୍ଲାପରିଷଦ ଚେୟାରମ୍ୟାନ ଙ୍କୁ ଦେଖି ବିରକ୍ତି ପ୍ରକାଶ କରିଥିଲେ ତେବେ ଗଣିଆ ବ୍ଲକରେ ବିନା ଅନୁମତିରେ ଜିଲ୍ଲାପାଳଙ୍କ ଭଳି ଠାଣିମାଣି ଦେଖାଇ 5T ଅଧୀନ ବିଦ୍ୟାଳୟ ଗ୍ରସ୍ତ କରିବାର କାରଣ କଣ …. ? ବୋଲି କ୍ଷୁବ୍ଧ ପ୍ରକାଶ କରିଥିଲେ । ଏସବୁ କଥା ଦଶପଲ୍ଲା ବିଧାୟକ ତଥା ଜିଲ୍ଲା ସଭାପତିଙ୍କ ବିନା ଅନୁମତିରେ ମନଇଚ୍ଛା ବିଧାୟକ ଙ୍କୁ ନଜଣାଇ ବିଦ୍ୟାଳୟ ପରିଦର୍ଶନ କରିବା ତାଙ୍କ ବିଧାୟକ , ଜିଲ୍ଲାପରିଷଦ ଙ୍କ ପ୍ରତି ବେସମ୍ମାନ ବୋଲି କର୍ମୀ ମାନେ ମତ ରଖିଥିଲେ ।
ଯେଉଁଥିପାଇଁ ବିଧାୟକ ରମେଶ ବେହେରା କର୍ମୀ ଙ୍କ ମତ ଓ ନିଜର ସମ୍ମାନ କୁ ରକ୍ଷା କରିବାକୁ ଯାଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଙ୍କୁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଗ୍ରସ୍ତ କରିବାକୁ ରୋକ୍ ଠୋକ୍ ମନା କରିଦେଇଥିବା ଜଣା ପଡ଼ିଛି । ଏଠାରେ ଦେଖିବାକୁ ଗଲେ ଦଶପଲ୍ଲା ବିଧାୟକ ଙ୍କ ର ରାଜନୈତିକ ସଂଗଠନ ସୁଦୃଢ଼ ରହିଛି ତଥାପି ଅଧକ୍ଷ ଙ୍କ ଗ୍ରସ୍ତକୁ ନେଇ ସଂଗଠନରେ କୌଣସି ପ୍ରକାରର କଳା ଦାଗ ନ ଲାଗୁ ଏ ପ୍ରତି ବିଶେଷ ଧ୍ୟାନ ଦେଇଛନ୍ତି ବିଧାୟକ ରମେଶ ବେହେରା । ଏପରିକି ଅଧକ୍ଷ ଙ୍କ ମନଇଚ୍ଛା ଗ୍ରସ୍ତକୁ ନେଇ ଯଦି କହିବା ତେବେ ବଳେ ପଶି କୁଣିଆ ହେବା ଗୁଣ ଅଧକ୍ଷଙ୍କ ର ବହୁ ପୁରୁଣା ଅଭ୍ୟାସ ।
ଯାହାର ଉଦାହରଣ ସ୍ୱରୂପ ରାଜ ସୁନାଖଳାର କାଉଁରୀ ମହୋତ୍ସବରେ ବିନା ନିମନ୍ତ୍ରଣ ଅଧକ୍ଷ ଙ୍କ ଯୋଗଦାନ ଓ ଡ ଅରୁଣ ସାହୁ ଙ୍କ ବିନା ଅନୁମତିରେ ନୟାଗଡ ନିର୍ବାଚନ ମଣ୍ଡଳୀ ପରିଦର୍ଶନ କରିବା ଭଳି କାର୍ଯ୍ୟ କରି ନେତା ଓ କର୍ମୀ ଙ୍କ ଠାରେ ଅପ୍ରିୟ ହୋଇଥିବା ଦେଖିବାକୁ ମିଳିଥିଲା । ଏବଂ ବହୁ ପୂର୍ବରୁ ଅରୁଣ ସାହୁଙ୍କ ଅସନ୍ତୋଷ ର କାରଣ ସାଜିଥିଲେ । ତେବେ ତାଙ୍କ ପାଇଁ ଏ ତଡାଖିଆ ନୀତି କିଛି ନୂଆ ନୁହେଁ କାହିଁକି ନା ରଣପୁର ନିର୍ବାଚନ ମଣ୍ଡଳୀରେ ରବି ନାରାୟଣ ମହାପାତ୍ର ବିଧାୟକ ଥିବା ବେଳେ ଜିଲ୍ଲାପରିଷଦ ଅଧକ୍ଷ ତାଙ୍କର ବିଶ୍ଵସ୍ଥ କର୍ମୀ ଥିଲେ ପରେ ବିଧାୟକଙ୍କ ବିପକ୍ଷରେ ବିରୋଧୀ କାର୍ଯ୍ୟ କରି ଜିଲ୍ଲାପରିଷଦ ଅଧକ୍ଷ ରବି ଙ୍କ ଠାରୁ ତଡ଼ା ଖାଇଥିଲେ ।
କେବଳ ବିଧାୟକ ନୁହଁ ମନ୍ତ୍ରୀ ଓ ସାଂସଦ ଙ୍କ ଠାରୁ ତଡା ଖାଇ ଖାଇ ଏବେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଙ୍କ ଛତ୍ରଛାୟାରେ ଅଛନ୍ତି । ସେଥିପାଇଁ ରଣପୁର ରାଜନୀତି ମହଲରେ ବିଜେଡି ଦଳ ଦୁଇ ଫାଳ ହେବାର କାରଣ ଜିଲ୍ଲାପରିଷଦ ଅଧ୍ୟକ୍ଷ ବୋଲି ଚର୍ଚ୍ଚା ହେଉଛି । ରଣପୁର ରାଜନୀତି ର ଏପରି ବେହାଲ ଅବସ୍ଥା କୁ ଦେଖି ଦଶପଲ୍ଲା ବିଧାୟକ ଆଗୁଆ ବନ୍ଧ ବାନ୍ଧିଛନ୍ତି । ରଣପୁର ନିର୍ବାଚନ ମଣ୍ଡଳୀ ଭଳି ଅବସ୍ଥା ଦଶପଲ୍ଲା ରେ ପୁନରାବୃତ୍ତି ନହେଉ ବୋଲି ଜିଲ୍ଲା ପରିଷଦ ଅଧକ୍ଷ ଙ୍କୁ ଦଶପଲ୍ଲା ମନା ହୋଇଥିବା ଜଣା ପଡ଼ିଛି ।

No Result
View All Result