କରତ କଳରେ ବନ ବିଭାଗର ଚଢ଼ାଉ – ଯନ୍ତ୍ରାଂଶ ଓ କାଠ ଜବତ

ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭଦ୍ରକ :- ବେଆଇନ କରତ କଳ ଉପରେ ଚଢ଼ାଉ । ବିଭିନ୍ନ ଯନ୍ତ୍ରାଂଶ ସହ ବେଆଇନ କାଠ ଜବତ ହୋଇଛି । ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧିନ ଦୁଇଟି ସ୍ଥାନ ରେ ଚଢ଼ାଉ କରାଯାଇଛି । ପ୍ରଥମେ ଦାଣ୍ଡକୁଳ ଠାରେ ଥିବା କରତ କଳ ଓ ପରେ ଧାମନଗର ଛକ ନିକଟ ରେ ଥିବା କରତକଳ ଉପରେ ଚଢ଼ାଉ କରିଛି ବନ ବିଭାଗ ।

ଏଜି ଦୁଇ ଟି କରତ କଳ ବେଆଇନ ଭାବେ ଦୀର୍ଘ ଦିନ ହେବ ଚାଲିଥିଲା । ଖବର ପାଇବା ପରେ ଭଦ୍ରକ ରେଞ୍ଜ ଓ ଧାମନଗର ରେଞ୍ଜ ମିଳିତ ଭାବେ ଚଢ଼ାଉ କରିଛନ୍ତି । ବେଆଇନ କାଠ ସହ ବିଭିନ୍ନ ଯନ୍ତ୍ରାଂଶ କୁ ଜବତ କରିଛି ବନ ବିଭାଗ ।