ବୈଠକ ଆରମ୍ଭ ହେବା ପୂର୍ବରୁ ଜ଼ିଲ୍ଲା ପରିଷଦ ସଦସ୍ୟ ସଦସ୍ୟା ମାନେ ଜ଼ିଲ୍ଲା ର ବିଭିନ୍ନ ବିଭାଗ ର ଅଧିକାରୀ ମାନେ ଜ଼ିଲ୍ଲା ପରିଷଦ ର ସଦସ୍ୟ ସଦସ୍ୟା ମାନଙ୍କୁ ଗୁରୁତ୍ୱ ନ ଦେଇ ଅଣଦେଖା କରୁଥିବା ଓ ଫୋନ ରିସିଭ କରୁନ ଥିବା ଅଭିଯୋଗ କରି ବୈଠକ କୁ ବର୍ଜନ କରି ସମ୍ମିଳନୀ କକ୍ଷ ରୁ ବାହାରି ଯାଇଥିଲେ l ପରିସ୍ଥିତି ଜଟିଳ ହେବା ଦେଖି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଓ ବାଲିଗୁଡା ବିଧାୟକ ଚକ୍ରମଣୀ କହଁର ସମସ୍ତ ଙ୍କୁ ବୁଝେଇ ସମ୍ମିଳନୀ କକ୍ଷ କୁ ଫେରାଇ ଆଣିଥିଲେ l ଜ଼ିଲ୍ଲା ପରିଷଦ ସଦସ୍ୟ ମାନେ 8 ଦଫା ଦାବୀ ଜ଼ିଲ୍ଲା ପାଳ ଆଶିଷ ଇଶ୍ୱର ପାଟିଲ ଙ୍କୁ ପ୍ରଦାନ କରିଥିଲେ l
ପରେ ଜ଼ିଲ୍ଲା ର ବିଭିନ୍ନ ସମସ୍ୟା ଓ ଯୋଜନା ବିଷୟରେ ଆଲୋଚନା ହୋଇଥିଲା l ଜ଼ିଲ୍ଲା ର ଉର୍ନ୍ନତି ନିମନ୍ତେ ଲୋକ ପ୍ରତିନିଧି ଓ ସରକାରୀ ଅଧିକାରୀ ମାନେ ମିଶି ନିଷ୍ଠା ଓ ଆନ୍ତରିକ ସହ ଉନୟନ ମୂଳକ କାର୍ଯ୍ୟ କରିବା ଏଂବ ସରକାର ଙ୍କ ଲୋକହିତ କର ଯୋଜନା ଗ୍ରାମାଞ୍ଚଳ ଲୋକ ଯେପରି ଅଧିକ ଉପକୃତ ହେବେ ସେଥିପ୍ରତି ଅଧିକ ଦୃଷ୍ଟି ଦେବା ପାଇଁ କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ସମସ୍ତ ସରକାରୀ ଅଧିକାରୀ ଓ ଜ଼ିଲ୍ଲା ପରିଷଦ ସଦସ୍ୟଓ ସଦସ୍ୟା ମାନଙ୍କୁ ପରାମର୍ଶ ଦେଇଥିଲେ l
ବିଶେଷ ଭାବେ ଜ଼ିଲ୍ଲା ରେ କମ ସଂଖ୍ୟକ ଛାତ୍ର ଛାତ୍ରୀ ଥିବା କିଛି ପ୍ରାଥମିକ ସ୍କୁଲ କୁ ସରକାର ଉଠାଇ ଦେଇଥିବାରୁ ଚଳିତ ଶିକ୍ଷା ବର୍ଷ ରେ ଖୋଲିବା ଲାଗି ଦାବୀ କରିଥିଲେ l ସେହିପରି ଦୁର୍ଗମ ଅଂଚଳ କୋଟଗଡ, ତୁମୁଡିବନ୍ଧ ଫିରିଙ୍ଗିଆ ସମେତ ବିଭିନ୍ନ ଅଂଚଳ ରେ ନିମ୍ନ ମାନର ରାସ୍ତା ନିର୍ମାଣ ନେଇ ବିଧାୟକ ମାନେ ଅଭିଯୋଗ ଆଣିଥିଲେ l ଅନ୍ୟ ମାନଙ୍କ ମଧ୍ୟ୍ୟରେ ଏହି ବୈଠକ ରେ ଜ଼ିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ, ନିର୍ବାହୀ ଅଧିକାରୀ ଓ ସମସ୍ତ ଗଣମାଧ୍ୟମ ପ୍ରତିନିଧି ସମସ୍ତେ ଉପସ୍ଥିତ ଥିଲେ l

© 2023 Odisha Taza News.