No Result
View All Result
୧୧ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ ଜିଲ୍ଲା /ଭଦ୍ରେଶ୍ୱର :- ପ୍ରଥମେ ଆପ୍ରତି କର ଘଟଣା ପାଇଁ ଉସକାଇବା, ପରେ ମାଡପିଟ ହୋଇ ମେଡିକାଲ ଯିବା ଓ ପରେ ଘଟଣାକୁ ନେଇ ଥାନାରେ ହୋଇଥିଲା ଏତଲା l ତେବେ ଏତେଲାରେ 4 ଜଣ ଅଭିଯୁକ୍ତଙ୍କ ଙ୍କ ନାମରେ ମାମଲା ରୁଜୁ ନକରିଵାକୁ ଅଭିଯୋଗକାରୀ ଦଲାଲ ମାଧ୍ୟମରେ କ୍ଷତିପୂରଣ ପାଇ ଥାନାରେ ରଫାନାମା ଦାଖଲ କରିବା ସହ ମାମଲା ଆଗକୁ ନବଢ଼ାଇବାକୁ ଉଭୟ ପକ୍ଷ ଥାନାରେ ମଧ୍ୟ ଲିଖିତ ଭାବେ ଜଣାଇ ଥିଲେ l ତେବେ ପରବର୍ତ୍ତୀ ସମୟରେ ପୁନର୍ବାର ଅଧିକ ଅର୍ଥ ଦାବିକରି ୪ ଜଣକ ବଦଳରେ ୮ଜଣଙ୍କ ନାମରେ ଏତେଲା ଦେବା ଘଟଣା କଟକ ଜିଲ୍ଲା ଭଦରେଶ୍ୱର ଥାନା ଅଂଚଳରେ ଆଲୋଚନାର ବିଷୟ ବସ୍ତୁ ହୋଇଛି,
ଏପରିକି ପୁଲିସ ଅଭିଯୋଗ ପାଇବା ପରେ ନାଚାର ହୋଇ ୮ଜଣଙ୍କ ନାମରେ କେଶ ରୁଜୁକରି ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି, ସଂମ୍ପୃକ୍ତା ଏତେଲକାରୀ ଘଟଣାର ଏକ ମାସ ପରେ ଅଧିକ ଟଙ୍କା ପାଇବା ଆଶାରେ କିଛି ୱେବ ମିଡିଆ ପ୍ରତିନିଧି ଙ୍କ ମାଧ୍ୟ୍ୟମରେ ଥାନା ଅଧିକାରୀଙ୍କ ଉପରେ ଚାପ ପକାଇ ମାମଲା ରୁଜୁ କରିବାରେ ସଫଳ ହେଲେ l ପ୍ରଥମ ଏତେଲାରେ 4 ଜଣକ ଅଭିଯୁକ୍ତ ଥିବାବେଳେ ରାଫାନାମା ପରେ କିପରି 8 ଜଣଙ୍କ ନାମରେ ଅଭିଯୋଗ ହେବା ଓ ମାମଲା ରୁଜୁ ହେଲା ଏହାର ଉଛସ୍ତରୀୟ ତଦନ୍ତ କରାନଗଲେ ଆଇନ ଉପରୁ ସାଧାରଣ ଲୋକଙ୍କ ଭରଷା ତୁଟି ଯିବ ବୋଲି ବୁଦ୍ଧିଜୀବି ମତ ଦେଇଛନ୍ତି l
ତେବେ ଏପରି ଅଭିଯୋଗ କୁ ନେଇ ହୋଇଥିବା ଘୋଡା ବେପାର ଉପରେ ରୋକ ଲଗାଇବାକୁ ସାଧାରଣରେ ଦାବି ହୋଇଛି, ଅପରପଅକ୍ଷରେ କିଛି ୱେବ ମିଡିଆ ପ୍ରତିନିଧି ଥାନାରେ ପ୍ରବେଶ କରି ଘୋଡ଼ା ବେପାର ଉଦ୍ଧେଶ୍ୟରେ ୮ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଥାନା ଅଧିକାରୀ ଅଧିକାରୀ ତପନ ନାୟକ ଙ୍କ ଉପରେ ଚାପ ପକାଇବା ସହ କଥାରେ କାର୍ଯ୍ୟ ନକଲେ ଥାନାରେ ରଖେଇ ନଦେବାକୁ ବିଭିନ୍ନ ଧମକ ଦେଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି, l
ଏପରି ଘଟଣା ଘଟିଛି କଟକ ଜିଲ୍ଲା ଭଦ୍ରେଶ୍ୱର ଥାନା ଗୌଡ଼ଗୋପ ଅଞ୍ଚଳରେ l ହୋଲି ଦିନ ହୋଇଥିବା ଏକ ମାଡପିଟ ଘଟଣାକୁ ନେଇ ମାସକ ପରେ ପୁଲିସ ବାଧ୍ୟ ହୋଇ ମାମଲା ରୁଜୁ କରିଛି, ତୁରନ୍ତ ପୁଲିସ ଉଚ ଅଧିକାରୀ ଘଟଣାର ତଦନ୍ତ କରି ଘଟଣାକୁ ରାହସ୍ୟବୃତ କରୁଥିବା ଅସାମାଜିକ ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ଥାନା ସମ୍ମୁଖରେ ଆନ୍ଦୋଳନ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି,
No Result
View All Result