ବିଜୁ ଜନତା ଦଳ ବିଭିନ୍ନ କାର୍ଯ୍ଯକ୍ରମ ଜରିଆରେ ସବୁବେଳେ ସାଧାରଣ ଲୋକଙ୍କୁ ସେବା ଯୋଗାଇ ଆସୁଛି ବୋଲି ଭୁବନେଶ୍ବର ମେୟର ସୁଲଚନା ଦାସ କହିଥିଲେ । ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଯୋଗଦେଇଥିଲେ। ଏହି ଜଳଛତ୍ର କିପରି ସଫଳ ହୋଇପାରିବ ଏହାର ସୁ- ପରିଚାଳନା ଦିଗକୁ ଗରୁତ୍ବ ଦେଇଥିଲେ । ସମାଜସେବୀ ମାନି ପଣ୍ଡା ସେହିପରି ଯୁଗ୍ମ ସଂପାଦକ (ଓଡ଼ିଶା-ମୋ ପରିବାର) ରୁଦ୍ର ନାରାୟଣ ସାମନ୍ତରାୟ ଯୋଗେଦଇଥିଲେ । ସେ ଅସିତଙ୍କ ନେତୃତ୍ବରେ ଏଭଳି ଏକ ସାମାଜିକ କାର୍ଯ୍ଯକ୍ରମକୁ ପ୍ରଶଂସା କରିଥିଲେ । ଅସିତ ରଞ୍ଜନଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ଯକ୍ରମରେ ତାଙ୍କର ଶୁଭେଚ୍ଛୁ, ବିଜୁ ଜନତା ଦଳର ଅନେକ ଛାତ୍ର ଓ ଯୁବ ନେତା ସାମିଲ ହୋଇ ଜଳସେବା କାର୍ଯ୍ଯକ୍ରମକୁ ସଫଳ କରାଇଥିଲେ ।

© 2023 Odisha Taza News.