ଆଧାର ଗ୍ରାମୀଣ ଭ୍ରାମ୍ୟ ସେବା ରଥ କୁ ଉଦଘାଟନ କରିଥିଲେ ବାଣପୁର ବ୍ଲକ ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ, କୁମାରାଙ୍ଗ ଶାସନ ଗ୍ରାମ ପଞ୍ଚାୟତ ୧୭ ଗୋଟି ୱାର୍ଡ କୁ ନେଇ ଗଠିତ, ଅଧିକ ୱାର୍ଡ ହୋଇଥିବାରୁ ଜନସାଧାରଣ ମାନେ ଯେମିତି ଅସୁବିଧାରେ ସମ୍ମୁଖିନ ନ ହେବେ ବୋଲି ତିନୋଟି ଆଧାର ସେଣ୍ଟର ଖୋଲା ହୋଇଛି,
ଗ୍ରାମ୍ୟ ଅଞ୍ଚଳ ଗୁଡ଼ିକରେ ଆଧାର ପାଇଁ ବିଭିନ୍ନ ଅସୁବିଧାରେ ସମ୍ମୁଖିନ ହେଉଛନ୍ତି ଜନସାଧାରଣ ମାନେ, ଆଧାର ସଂଶୋଧନ,ନୂତନ ଆଧାର , କରିବାଲାଗି ପଞ୍ଚାୟତ ରେ ଆଧାର କାର୍ଯ୍ୟକ୍ରମ ବ୍ୟବସ୍ଥା କରାଯାଇଛି, ପଞ୍ଚାୟତ ଗ୍ରାମ ସେବକ ନୃସିଂହ ଚରଣ ଜେନା , ଏବଂ ସରପଞ୍ଚ ଶ୍ରୀମତୀ ସରୋଜିନୀ ପ୍ରଧାନ , ଜି ଆର ଏସ୍ ଶ୍ରୀମତୀ ବନ୍ଦନା ପ୍ରଧାନ ଙ୍କ ତତ୍ତ୍ୱ ଅବଧାନ ରେ ଯୋଗ ଦେଇଥିଲେ .
ନାଏବ ସରପଞ୍ଚ ବ୍ୟୋତ୍ କେଶ ମହାପାତ୍ର, ଗ୍ରାମ ପଞ୍ଚାୟତ ସଭାପତି ନବ କିଶୋର ସ୍ବାଇଁ, ଯୁବ ସଂଗଠକ ଦିଲ୍ଲୀପ କୁମାର ପ୍ରଧାନ, ବସନ୍ତ ସାହୁ, ସମାଜ ସେବୀ ବିଷ୍ଣୁ ଚରଣ ତରାଇ, ଯୁବ ସଂଗଠକ ଆଲୋକ କୁମାର ପ୍ରଧାନ, ୱାର୍ଡ ମେମ୍ବର ଦ୍ରୁଯୋ ଧନ ପରିଡା, ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମା ମାନେ ଆଦି ଯୋଗ ଦେଇଥିଲେ, ପଞ୍ଚାୟତ ର ଜନସାଧାରଣ ମାନେ ଜିଲ୍ଲାପାଳ ଏବଂ ସରପଞ୍ଚ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

© 2023 Odisha Taza News.