୧୧ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଣପୁର :- ବାଣପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ବୈଠକ ଗୃହରେ ସମସ୍ତ କର୍ମଚାରୀ ମାନଙ୍କୁ ନେଇ ଏକ ବୈଠକରେ ବିଭିନ୍ନ ବିଭାଗର କାର୍ଯ୍ୟକାରିତାକୁ ନେଇ ଆଲୋଚନା କରିଥିଲେ । ଉକ୍ତ ବୈଠକରେ ଅତିରିକ୍ତ ବିଡ଼ିଓ ସିମାଦ୍ରି ପାତ୍ର, ଏ ଇ ଅଦ୍ୟସା ଦାସ, ଜେ ଇ ଭଞ୍ଜ କିଶୋର ପାଣି, ଏ ଇ ଇ ସୁରେଶ ମଲ୍ଲିକ ଙ୍କ ସମେତ ସମସ୍ତ ଗ୍ରାମ ପଞ୍ଚାୟତର ପି ଇ ଓ, ମତ୍ସ୍ୟ ବିଭାଗ ଅଧିକାରୀ,
ଯୋଗାଣ ବିଭାଗ ଅଧିକାରୀ ଆଦି ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ନୂତନ ଭାବରେ କାର୍ଯ୍ୟଭାର ଗ୍ରହଣ କରିଥିବା ବିଡ଼ିଓଙ୍କୁ ସମସ୍ତ ଅଧିକାରୀ ପ୍ରଥମେ ଫୁଲତୋଡା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପ୍ରକାଶ ଥାଉକି ନୟାଗଡ ଜିଲ୍ଲାରେ ଡେପୁଟି କଲେକ୍ଟର ଭାବରେ କାର୍ଯ୍ୟ କରୁଥିବା ଶୀତଲ ଅଗ୍ରୱାଲ ବାଣପୁର ବିଡ଼ିଓ ଭାବରେ ଆଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।