No Result
View All Result
୧୧ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ତୁର୍ଲା ଭୁର୍ଷିବାଞ୍ଜି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସୋମବାର ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ସେ ହେଲେ ତୁର୍ଲାଭୁର୍ଷିବାଞ୍ଜି ଗ୍ରାମର ରାମେଶ୍ବର ବରିହା (୫୦) । ପ୍ରକାଶ ଯେ, ରାମେଶ୍ବର ଓ ଛିନୁ ବରିହା ଗୋଟିଏ ସାହିରେ ରୁହନ୍ତି । କୌଣସି କାରଣକୁ ନେଇ ପୂର୍ବରୁ ସେମାନଙ୍କ ମଧ୍ୟରେ ଶତ୍ରୁତା ରହିଥିଲା । ସୋମବାର ପୂର୍ବାହ୍ନରେ ରାମେଶ୍ବର ନିଜ ଜମିରେ ଥିବା ଏକ ତେନ୍ତୁଳି ଗଛ ମୂଳରେ ଶୋଇଥିଲେ ।
ପୂର୍ବରୁ ଛକି ବସିଥିବା ଛିନୁ ରାମେଶ୍ବର ଶୋଇ ଥିବା ଗଛ ମୂଳ ଯାଇ ତତେ ମାରିଦେବି କହି ହାତରେ ଧରିଥିବା ଟାଙ୍ଗିଆରେ ରାମେଶ୍ବର ଙ୍କୁ ଆକ୍ରମଣ କରିଥିଲେ । ଏଥିରେ ସେ ଗୁରୁତର ହୋଇଥିଲେ । ତାଙ୍କ ପାଟିଶୁଣି ସ୍ଥାନୀୟ ଲୋକେ ଦୌଡିଆସିବାରେ ଛିନୁ ଦୌଡି ପଳାଇଥିଲେ । ଏନେଇ ରାମେଶ୍ବର ଙ୍କ ପୁଅ ସୁରେନ୍ଦ୍ର ବରିହା ଖପ୍ରାଖୋଲ ଥାନା ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଅଭିଯୁକ୍ତ ଛିନୁ ଫେରାର ହୋଇଥିବା ପୁଲିସ ସୂତ୍ରରୁ ଜଣାପଡିଛି ।

No Result
View All Result