No Result
View All Result
୧୦ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନ :- ଭୁବନ ଏନଏସି ର ଯୁବ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କର କାର୍ଯ୍ୟଭାର ଗ୍ରହଣ କରିବାର ଆଜି ଏକ ବର୍ଷ ପୂର୍ତି ଉତ୍ସବ ପାଳିତ ହୋଇଯାଇଛି । ଏଥି ସକାଶେ ଏନଏସି ଅଫିସ ପ୍ରକୋଷ୍ଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା ଓ ନଗରପାଳ ନିଜେ କର୍ତା ସାଜିଥିଲେ । ପୂଜା ପରେ କର୍ମଚାରୀ ଙ୍କ ସମେତ କାଉନସିଲର, ଦଳୀୟ କର୍ମୀ , ଠିକାଦାର , ସ୍ୱୟଂ ସହାୟକ ଗୋଷ୍ଠୀ , ଶୁଭେଚ୍ଛୁ ଓ ବହୁ ବରିଷ୍ଠ ନାଗରିକ ମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ ।
ଭୁବନବାସୀ ଯେଉଁ ଆଶା , ଭରସା ଓ ବିଶ୍ୱାସ ରଖି ମୋତେ ବର୍ଷକ ପୂର୍ବେ ନଗରପାଳ ଆସନରେ ବସାଇଥିଲେ ମୁଁ କେବେ ବି ଲୋକଙ୍କ ଆଶା , ଭରସା ତୁଟାଇବି ନାହିଁ , ଭୁବନ ଏନଏସି ବିକାଶ ପଥରେ ଆଗେଇ ଚାଲିଛି । ନିନ୍ଦୁକ , ସମାଲୋଚକ ଙ୍କ କଥାକୁ ଭୃକ୍ଷେପ ନକରି ଭୁବନ ଏନଏସି କୁ ରାଜ୍ୟ ର ଏକ ଶ୍ରେଷ୍ଠ ଏନଏସି ଭାବେ ଗଢି ତୋଳିବା ମୋର ଲକ୍ଷ୍ୟ ବୋଲି ନଗରପାଳ ଶ୍ରୀଯୁକ୍ତ ସାହୁ ମତବ୍ୟକ୍ତ କରିଥିଲେ ।

No Result
View All Result