No Result
View All Result
୧୦ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନ :- ଭୁବନର ପ୍ରସିଦ୍ଧ ଶକ୍ତିପୀଠ ହିଙ୍ଗୁଳା ଠାକୁରାଣୀଙ୍କ ପବିତ୍ର ପୀଠରେ ଗତ ୫ ତାରିଖ ବୁଧବାର ଠାରୁ ୬୫ ତମ ହିଙ୍ଗୁଳା ଯାତ୍ରା ଓ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି । ୬ ତାରିଖ ପୂର୍ଣ୍ଣମୀ ଅବସରରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଥିଲା । ମାନସିକ ବ୍ରତଧାରୀ ପାଟୁଆ ମାନସିକ ପୂରଣ ନିମନ୍ତେ ନିଆଁରେ ଚାଲିଥିଲେ ।
ଚଳିତବର୍ଷ ଶତାଧିକ ଭକ୍ତ ଓ ହିଙ୍ଗୁଳା ଦେବୀ ଠାକୁରାଣୀ ଚାରିଟେବୁଲ ଟ୍ରଷ୍ଟ କର୍ମକର୍ତାଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା,ଯଜ୍ଞ ଓ ନାମସଂକୀର୍ତନ ଅନୁଷ୍ଠିତ ହେଉଅଛି । ଗତ ୯ ତାରିଖ ରବିବାର ସଂଧ୍ୟାରେ ମା ହିଙ୍ଗୁଳା ଦେବୀ ଠାକୁରାଣୀ ଙ୍କ ବାର୍ଷିକ ଆୟବ୍ୟୟ ପୁସ୍ତକ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ଦ୍ୱାରା ଉନ୍ମୋଚନ ହେବା ପରେମହାଯଜ୍ଞର ପୂର୍ଣ୍ଣାହୂତୀ କାର୍ଯ୍ୟକ୍ରମ ଆରମ୍ଭ ହୋଇ ରାତି ୧୦ ଘଟିକା ସମୟରେ ସଂପନ୍ନ ହୋଇଥିଲା ।
ପରେ କୀର୍ତନ ମଣ୍ଡଳି , ମାତୃ ମଣ୍ଡଳି ଓ ଶତାଧିକ ଶ୍ରଦ୍ଧାଳୁ ଭକ୍ତ ସାମୁହିକ ପ୍ରସାଦସେବନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପରିଚାଳନା କମିଟି ସଭାପତି ଶଶୀ ଭୂଷଣ ପୃଷ୍ଟିଙ୍କ ସମେତ ସମ୍ପାଦକ କୁଂଜ ବିହାରୀ ଚିନରା, ମୁଖ୍ୟ ଉପଦେଷ୍ଟା ଦିଲ୍ଲୀପ ଦାସ,ଧନେଶ୍ୱର ସାହୁ,ଖଗେଶ୍ୱର ନାୟକ , ଅମ୍ବୁଜ ସାହୁ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରିଥିଲେ । ରବିବାର ଓ ସୋମବାର ରାତ୍ର ୧୧ ଘଟିକା ସମୟରେ ସହସ୍ରାଧିକ ଦର୍ଶକ ଙ୍କ ଉପସ୍ଥିତିରେ ଅପେରା ପରିବେଷଣ ହୋଇଥିଲା ।

No Result
View All Result