COVID-19 ପରିସ୍ଥିତି ରେ ଜୀବନ ଜୀବିକା ସୁରକ୍ଷା ଦିଗରେ କୃଷିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି : ମନ୍ତ୍ରୀ ଶ୍ରୀ ସାହୁ
ଓଡିଶା ତାଜା ନ୍ୟୁଜ୍ (୧୮ ଜୁନ୍ ଗୁରୁବାର) ଭୁବନେଶ୍ୱର :- କୋଭିତ – ୧୯ ଯୋଗୁ ସାରା ବିଶ୍ୱ ଏକ ଅସ୍ବାଭାବିକ ପରିସ୍ଥିତି ଦେଇଗତି କରୁଥିବା ବେଳେ ଲୋକମାନଙ୍କର ଜୀବନ ଜୀବିକାର ସୁରକ୍ଷା ନିମନ୍ତେ କୃଷି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏଥି ସହିତ ରାଜ୍ୟ ଏବଂ ଦେଶର ଅର୍ଥନୀତିକୁ ସୁଧାରିବା ସହିତ ଲୋକମାନଙ୍କ ଆୟବୃଦ୍ଧି ଦିଗରେ କୃଷି ଉଲ୍ଲେଖନୀୟ ଅବଦାନ କରିପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ କହିଛନ୍ତି । ଆଜି ପୂର୍ବାହଁରେ ଲୋକସେବା ଭବନଠାରେ ଭିଡ଼ିଓ କଫରେନ୍ସି ମାଧ୍ୟମରେ ଆୟୋଜିତ ବୈଠକରେ କୃଷି ବିଭାଗର ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ତଥା ଖରିଫ ଚାଷର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଡଃ ସାହୁ କହିଲେ କୋଭିତ୍ -୧୯ ପରିସ୍ଥିତି ଭଳି ଏକ ଘଡ଼ିସନ୍ଧି ମୁହୁର୍ତ୍ତରେ କୃଷି ତାର ଗୁରୁତ୍ବପୁର୍ଣ୍ଣ ଭୂମିକା ପ୍ରତିପାଦନ କରିବା ଦିଗରେ ଏକ ସୁଯୋଗ ଆଣିଦେଇଛି ।
କୃଷିକୁ ସର୍ବଦା ପ୍ରାଥମିକତା ପ୍ରଦାନ କରିବା ସହିତ ପରିସ୍ଥିତିକୁ ସୁଧାରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିୟମିତଭାବେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରୀ ଡଃ ସାହୁ କହିଥିଲେ । ଜୀବିକାଅର୍ଜନ ଦିଗରେ 200 କୋଟିର ଏକ ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ଏହି ସ୍ୱତନ୍ତ୍ର ପ୍ୟାକେଜ ଫଳରେ ୨୫ ଲକ୍ଷ ଚାଷୀ ଉପକୃତ ହୋଇପାରିବେ । ଏଥି ନିମନ୍ତେ ତୁରନ୍ତ ଯୋଗ୍ୟ ହିତାଧିକାରୀ ଚୟନକରି ପ୍ୟାକେଜ ବଂଟନ କାର୍ଯ୍ୟକୁ ତ୍ବରାନ୍ବିତ କରିବାପାଇଁ ମନ୍ତ୍ରୀ ଡଃ ସାହୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ବିଭାଗ ସହିତ ସମନ୍ବୟ ରକ୍ଷାକରି ସମୟ ଅନୁସାରେ ଆବଶ୍ୟକୀୟ ପଦକ୍ଷେପ ନେବା ସହିତ ଚାଷୀମାନଙ୍କୁ ସମସ୍ତ ପ୍ରକାରର ସହାୟତା ଓ ଜ୍ଞାନକୌଶଳ ଯୋଗାଇ ଦେବା ପାଇଁ ମନ୍ତ୍ରୀ ଡଃ ସାହୁ କହିଥିଲେ । ଏଥିସହି କୃଷିଜାତ ଦ୍ରବ୍ୟର ସୁବିଧାରେ ବିକ୍ରିବଟା ଉପରେ ଅଧିକ ଦୃଷ୍ଟି ଦେବାପାଇଁ ମନ୍ତ୍ରୀ ଡଃ ସାହୁ କହିଥିଲେ ।
ବୈଠକ ରେ କୃଷି ଓ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ସୌରଭ ଗର୍ଗ ‘ମୋ ପୋଖରୀ’ ଯୋଜନାର ହିତାଧିକାରୀ ଚୟନ କ୍ଷେତ୍ରରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ମାନଙ୍କୁ ପ୍ରାଥମିକତା ପ୍ରଦାନ କରିବା ପାଇଁ କହିଥିଲେ। ଏଥି ସହିତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କୃଷି ଓ ଉଦ୍ୟାନ କୃଷି କ୍ଷେତ୍ରରେ ଅଧିକ ପ୍ରକଳ୍ପ ନିମନ୍ତେ ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ‘ମୋ ପୋଖରୀ’ ଖନନ ମାଧ୍ୟମରେ ଲୋକମାନଙ୍କୁ ରୋଜଗାର ଯୋଗେଇଦେବା ସହିତ ଜଳସେଚନ ର ସୁବିଧା ନିମନ୍ତେ 1,03,000 ଗୋଟି ମୋ ପୋଖରୀ ଖୋଳାଯିବାର ଲକ୍ଷ୍ୟ ରଖାଯାଇଛି।
ଏଥିସହିତ ବୈଠକରେ ଖରିଫ ଚାଷ ନିମନ୍ତେ ଆବଶ୍ୟକ ଉନ୍ନତମାନର ବିହନ, ସାର ଆଦି ଯୋଗାଣ
ବିଷୟରେ ସମୀକ୍ଷା କରାଯାଇଥିଲା । ଚଳିତ ବର୍ଷ ଫସଲବୀମା ଯୋଜନାରେ ଅଧିକରୁ ଅଧିକ ଅଣରଣୀ ଚାଷୀମାନଙ୍କୁ ସାମିଲ କରିବା ଉପରେ ଗୁରୁତ୍ବ ଦିଆଯାଇଥିଲା । କୃଷି ବିଭାଗ ପକ୍ଷରୁ ପ୍ରଚଳନ କରାଯାଇଥିବା
‘ଆମ କୃଷି’ ଟୋଲ ଫ୍ରି ହେଲ୍ପ ଲାଇନ ଜରିଆରେ ଚାଷୀମାନଙ୍କୁ ଚାଷକାର୍ଯ୍ୟ ସମ୍ବନ୍ଧୀୟ ଆବଶ୍ୟକ ସେବା
ଯୋଗାଇ ଦିଆଯାଉଥିବା କ୍ଷେତ୍ରରେ ଏହାର ବହୁଳ ଉପଯୋଗ ଉପରେ ଗୁରୁତ୍ବ ଦିଆଯାଇଥିଲା । ଏଥି ସହିତ
ଫଚାୟତ ସ୍ତରରେ ହ୍ଵାଟ୍ସଆପ୍ ଗୁପ ଗଠନ କରି ଚାଷୀମାନଙ୍କ ପାଇଁ ଆବଶ୍ୟକ ଚାଷ କାର୍ଯ୍ୟ ସମ୍ବନ୍ଧୀୟ ସୂଚନା ଉପଯୋଗୀ ହୋଇପାରୁଛି ବୋଲି ବୈଠକରେ ଆଲୋଚନା ହୋଇଥିଲା । ଏତଦ୍ ବ୍ୟତୀତ ବୈଠକରେ ଫସଲର
ବିବିଧିକରଣ, ବୃକ୍ଷରୋପଣ, ଚାରା ପ୍ରସ୍ତୁତି, କୋଭିଡ଼– ୧୯ ପରିସ୍ଥିତିରେ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ମାର୍ଗଦର୍ଶିକାର ଅନୁପାଳନ ଆଦି ବିଷୟରେ ଆଲୋଚନା କରାଯାଇଥିଲା ।
ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା ଶ୍ରୀ କୃତିବାସ ପାତ୍ର, କୃଷି ଓ ଖାଦ୍ୟ
ଉତ୍ପାଦନ ନିର୍ଦ୍ଦେଶକ ଡଃ ଏମ୍. ମୁଥୁକୁମାର, ଉଦ୍ୟାନ କୃଷିର ନିର୍ଦ୍ଦେଶକ, ଶ୍ରୀ ରୋହିତ କୁମାର ଲେଙ୍କା, ମୃତିକା ସଂରକ୍ଷଣ ଓ ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡାଙ୍କ ସମେତ ବରିଷ୍ଠ ବିଭାଗୀୟ
ଅଧିକାରୀମାନେ ଲୋକସେବା ଭବନରେ ଉପସ୍ଥିତ ଥିବାବେଳେ ୩ଟି ଜିଲ୍ଲା ଓ ୩୧୪ଟି ବ୍ଲକର କୃଷି
ଅଧିକାରୀମାନେ ଭିଡ଼ିଓ କଫରେନ୍ସ ଜରିଆରେ ବୈଠକରେ ଯୋଗଦେଇଥିଲେ ।
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com