୯ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ ଥାନାରେ ନିଯୁକ୍ତି ପାଇଥିବା ମହିଳା ହୋମଗାର୍ଡ ବବିତା ପଣ୍ଡାଙ୍କ ବାପା ଙ୍କର ପାଖ୍ୟାଘାତ ହୋଇ ଚିକିତ୍ସା ଅଭାବରୁ ଅକାଳ ବିୟୋଗ ହୋଇଛି l ଏଭଳି ଦୁଖଃଦ ଖବର ପାଇ ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନ, ଏବଂ ଫୁଲବାଣୀ ସହରର ଉଆ୍ବଡ ନମ୍ବର ( ୧,) ପିଅନ ପଡ଼ା ଅଞ୍ଚଳର କାଉନସିଲର, ମୃତ୍ୟୁଞୀୟ ପେରା (ବାବୁଜାନ) ଙ୍କ ସହାୟତାରେ ମୃତାପାଙ୍କ ସବ ସତ୍କାର କାର୍ଯ୍ୟକ୍ରମ ପିଅନ ପଡ଼ା ସ୍ଥାନୀୟ ସ୍ମସାନରେ ହିନ୍ଦୁ ରିତିନିତି ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନ, କାଉନସିଲର ମୃତ୍ୟୁଞୀୟ ପେରା (ବାବୁଜାନ୍) ଏବଂ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତା ଙ୍କ ସହଯୋଗରେ ଗତକାଲି ରାତିରେ ଶେଷ ହୋଇଛି ।
କିନ୍ତୁ ଦୁଃଖର ବିଷୟ ବବିତା ପଣ୍ଡାଙ୍କ ବନ୍ଧୁ ପରିଜନ କିମ୍ବା ସାହି ପଡିଶା କୈାଣସି ସହଯୋଗ କରିନଥିବା ହେତୁ ଉକ୍ତ ପରିବାର ବେସାହାରା ହୋଇ ଭାଙ୍ଗିପଡିଥିଲେ । ସେହି ସମୟରେ ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ସଭାପତି ତଥା କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ ଆବାହକ ବିରାଜ କୁମାର ପ୍ରଧାନ ଏବଂ ସଂଘର ଶୃଙ୍ଖଳିତ କର୍ମକର୍ତ୍ତା ଖବର ପାଇ ସଙ୍ଗେ ସଙ୍ଗେ କାଉନସିଲର ମୃତ୍ୟୁଞୀୟ ପେରାଙ୍କ ସହିତ ଆଲୋଚନା କରି ଶବଦାହ ପାଇଁ ବ୍ୟବହାର ସମସ୍ତ ସାମଗ୍ରୀ ଜୋଗାଡ଼ କରିଥିଲେ । ଏବଂ ରାତିଅଧିଆ ଶବ ସଂସ୍କାର କାର୍ଯ୍ୟକ୍ରମ କରିବାର ବ୍ୟବସ୍ଥା କରିଥିଲେ ।
ଉକ୍ତ ସମୟରେ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘର କାର୍ଯ୍ୟକାରୀ ସଭାପତି ଅଖୟ କୁମାର ରାୟ, କୋଷାଧ୍ୟକ୍ଷ ଶେଖ୍ ରିହାଜୁଦିନ୍, ଶୃଙ୍ଖଳିତ ହୋମଗାର୍ଡ ସଦସ୍ୟ,ଭଜରାମ ନାୟକ, ଦ୍ବିବେଦୀ ସାହୁ, ନୃସିଂହ ଡାକୁଆ, ରବିନ୍ଦ୍ର ବାରିକ, ଉପସ୍ଥିତ ରହି ଶବ ସଂସ୍କାର କାର୍ଯ୍ୟକ୍ରମ ଶେଷ କରିଥିଲେ । ବବିତା ପଣ୍ଡା ହୋମଗାର୍ଡ ବିଭାଗରେ ରହି ତାଙ୍କ ଘରର ପାଞ୍ଚଜଣ ସଦସ୍ୟଙ୍କୁ ଭୋରଣ ପୋଷଣ କରୁଥିବା ହେତୁ ସେ ବାପାଙ୍କ ଉପଯୁକ୍ତ ଚିକିତ୍ସା କରିପାରିନଥିବା ଦେଖିବାକୁ ମିଳୁଛି । ବବିତା ପଣ୍ଡା ତାଙ୍କ ଘରର ଜଣେ ମାତ୍ର ରୋଜଗାର ଖୈମ ସଦସ୍ୟ ତାଙ୍କ ଉପରେ ଘରର ପାଞ୍ଚ ପ୍ରଣିକୁଟୁମ୍ବ ସମସ୍ତଙ୍କ ଦାୟିତ୍ବ ବବିତା ପଣ୍ଡା ବୁଝୁଥିବା ଦେଖିବାକୁ ମିଳୁଛି l 

© 2023 Odisha Taza News.