୮ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କନ୍ଧମାଳ :- ଲୋକ ପ୍ରିୟତା ସାଂସଦ ଅଚ୍ୟୁତ ସାମନ୍ତ ଗତ ୨୦୧୯ ସାଧାରଣ ନିର୍ବାଚନ ବେଳେ ବିଜେପି ଓ କଂଗ୍ରେସ ପ୍ରତିଦ୍ୱନ୍ଦୀ ନେତାମାନଙ୍କୁ ପଛରେ ପକାଇ ବିଜେଡ଼ିର ଶଙ୍ଖଧ୍ୱନୀର ମହକ କନ୍ଧମାଳ ଜିଲ୍ଲାରେ ଫୁଙ୍କି ଜୟଯାତ୍ରାର ମହାନାୟକ ସାଜିଥିବା ସାଂସଦ ଅଚ୍ୟୁତ ସାମନ୍ତଙ୍କ ଲୋକପ୍ରିୟତା ଏବେବି ଅକ୍ଷୁର୍ଣ୍ଣ ରହିଛି । ସାଂସଦ ଡଃ ଅଚ୍ୟୁତ ସାମନ୍ତ ନୀରବଚ୍ଛିନ୍ନ ଭାବେ କନ୍ଧମାଳ ଅଞ୍ଚଳର ସାତୋଟିଯାକ ବିଧାନସଭା ଆସନରେ ବିଜେଡ଼ି ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବ୍ୟବସ୍ଥାକୁ ନିଜେ ତଦାରଖ କରି ସେଥିରୁ ସାଧାରଣ ଲୋକେ କିଭଳି ଅଧିକ ଉପକୃତ ହେବେ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେଉଥିବା ସହ ଦଳୀୟ ସଂଗଠନ ଏବଂ ଆପତ୍ତି ଅଭିଯୋଗ ବ୍ୟବସ୍ଥା ଭିତରେ ଲୋକଙ୍କ ସୁଖଦୁଃଖର ସାଥୀ ହେବାର ସୁଯୋଗକୁ ହାତଛଡ଼ା କରିନାହାଁନ୍ତ ସାଂସଦ ସାମନ୍ତ ।
ସରକାରୀ ଯୋଜନାର ଲାଭାଂଶ ଯେଭଳି ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚିବ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେବା ଏବଂ ରାସ୍ତାଘାଟର ଉନ୍ନତି, ଜନଜାତି ହାଟର ଉନ୍ନତି, ପିଇବା ପାଣି ବ୍ୟବସ୍ଥା, ପାରିପାଶ୍ୱିର୍କ ସ୍ଥିତିର ଉନ୍ନତି, ପଞ୍ଚାୟତି ବ୍ୟବସ୍ଥା, ମହିଳା ଶକ୍ତିକରଣ ଏବଂ ଜନ୍ମଠାରୁ ମୃତ୍ୟୁ ପର୍ୟ୍ୟନ୍ତ ସମସ୍ତ ସରକାରୀ ଯୋଜନା ଯେପରି ଲୋକଙ୍କ ପାଖରେ ସିଧାସଳଖ ପହଞ୍ଚିବ ସେଥିପ୍ରତି ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରିଛନ୍ତି ସାଂସଦ ଡଃ ସାମନ୍ତ । ମାଗଣାରେ ଆଦିବାସୀ ପିଲାଙ୍କ ଶିକ୍ଷାର ବ୍ୟବସ୍ଥା ପାଇଁ ଡଃ ଅଚ୍ୟୁତ ସାମନ୍ତଙ୍କ ଶିକ୍ଷାନୁଷ୍ଠାନ କିଟ୍ ସବୁବେଳେ ଚର୍ଚ୍ଚାର ବଳୟ ଡେଇଁଛି ।
ଏହି ଅନୁଷ୍ଠାନ ବିଶେଷ କରି ଆଦିବାସୀ ପିଲାମାନଙ୍କ ପାଠପଢ଼ା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଉଥିବା ଏବଂ ସେମାନଙ୍କ ଉଚ୍ଚଶିକ୍ଷା ଲାଗି ବିଦେଶକୁ ପଠାଉଥିବା ଘଟଣା କିଛି କମ୍ ନୁହେଁ । ଆଦିବାସୀ ପିଲାମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ମାନସିକ ସନ୍ତୁଳନ ବ୍ୟବସ୍ଥା ଏବଂ ଭାରତର ଅନ୍ୟ ରାଜ୍ୟର କୃତିବିତ୍ ଛାତ୍ରଛାତ୍ରୀଙ୍କ ସହ ସମତୁଲ କରିବା ପାଇଁ କିଟ୍ ସଂସ୍ଥାର ଉଦ୍ୟମ ଖୁବ୍ ପ୍ରଶଂସନୀୟ । ତେଣୁ ଆଗାମୀ ୨୦୨୪ ପାଇଁ ଅଚ୍ୟୁତ ହିଁ ଏକମାତ୍ର ବିକଳ୍ପ ବୋଲି ଗ୍ରାସରୁଟ୍ ସଂଗଠନ ଦାୟିତ୍ୱରେ ଥିବା ବିଜେଡ଼ି ଦଳର ନେତାଙ୍କ ମୁହଁରୁ ଆପେ ଆପେ ବାହାରି ଆସୁଛି । ତେବେ ଅଚ୍ୟୁତଙ୍କ ସପକ୍ଷରେ ଜନମତ ଥିବା ଚର୍ଚ୍ଚା ଥମିନାହିଁ ।

© 2023 Odisha Taza News.